ଚିକିଟୀ : ଶନିବାର ଦିନ ଅପରାହ୍ନ ଉକ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଚିକିଟୀ ବିଧାୟିକା ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଓ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କଲେ। ପ୍ରଥମେ ରତନେଇ କଲ୍ୟାଣ ମଣ୍ଡପର ଶିଳାନ୍ୟାସ,ବଣ ନୂଆବନ୍ଧର ପୁନରୁଦ୍ଧାର, ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ ହସ୍ପିଟାଲର ଲକାର୍ପିତ,ଗଡ଼ ସ୍ଥିତ ମହାଦେଇ ବନ୍ଧର ପୁନରୁଦ୍ଧାର,ଗଡ଼ ସ୍ମାର୍ଟ ପାର୍କର ଉଦଘାଟନ ଏବଂ ପେଣ୍ଠ ସାନବଜାର ନେଳିଆ ବନ୍ଧ ରୂପାନ୍ତିକରଣ ଭଳି ଅନେକ ପ୍ରକଳ୍ପର ଉଦଘାଟନ କଲେ।ଏହି ଉଦଘାଟନୀ ଅବସରରେ ମା ମୁକ୍ତାଦେବୀ, ଶ୍ରୀ ଗଣେଶ, ଜୀବନ ଧାରା,ଓଁସ୍ୱରୂପା ଓ ସ୍ୱଂ ସିଦ୍ଧା ଭଳି ସ୍ୱଂ ସହାୟିକା ଗୋଷ୍ଠୀ ସଦସ୍ୟା ମାନଙ୍କୁ ମନ୍ତ୍ରୀ ମହଦୟା ମାନପତ୍ର ଦେଇ ସମ୍ମାନୀତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ,କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର,ତହସିଲଦାର ବଳଦେବ ବେହେରା, ବିଡିଓ ଲକ୍ଷଣ ସୋରେନ, ସିଡିପିଓ ଗୀତାଞ୍ଜଳି ପାଣିଗ୍ରାହୀ,କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା,ମୁକ୍ତା ଯୋଜନା କନିଷ୍ଠ ଯନ୍ତ୍ରୀ ମିଥୁନ ସେନାପତି ଓ ବ୍ଲକ ଅଧ୍ୟକ୍ଷ ଆପନ୍ନା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ କାଉନ୍ସିଲର ,ସମାଜସେବୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ, ସୁରେନ୍ଦ୍ର ମଣ୍ଡଳ, ରଘୁନନ୍ଦନ ସାହୁ,ଧର୍ମା ସାହୁ, ସଦାନନ୍ଦ ସାହୁ,କୋୖଳାଶ ମହାନ୍ତି,ଏସ. କିଷାନ ସୁବୁଦ୍ଧି, ଟି. ଆନନ୍ଦ ରାଓ ସୁବୁଦ୍ଧି, ସଚ୍ଚିଦାନନ୍ଦ ପାତ୍ର, କିଶୋର ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ କୁମାର ସାହୁ , ଦୁର୍ଗା ପ୍ରସାଦ ଆଚାରି,ଆନନ୍ଦ ଆଚାରି ଓ ଶ୍ରୀଧର କୁମାର ସାହୁ ଙ୍କ ସମେତ ଶତାଧିକ ଯୁବପିଢ଼ି ଉପସ୍ଥିତ ଥିଲେ।ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକର୍ମଟି ସଫଳ ରୂପାୟନ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.