ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଦିନିକିଆ କର୍ମଶାଳା

ଫୁଲବାଣୀ : ବିପର୍ଯ୍ୟୟ ପରିଚାଳନା ରେ ଆମ ରାଜ୍ୟ ଓଡିଶା ଦେଶରେ ଆଗରେ ଥିବାବେଳେ ଏବେ ସରକାରଙ୍କର ଲକ୍ଷ୍ୟ ରାଜ୍ୟର ସମସ୍ତ ଜନ ସାଧାରଣ କିପରି ଗ୍ରାମାଚଂଳରେ ଘଟୁଥିବା ବିଭିନ୍ନ ବିପଦକୁ ସଠିକ୍ ଭାବରେ ସାମ୍ନା କରି ତାର ସୁପରିଚାଳନା କରିପାରିବେ । ସେଥି ନିମନ୍ତେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଯାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ଓ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କନ୍ଧମାଳଙ୍କ ମିଳିତ ସହେଯାଗ ରେ ବାଲିଗୁଡା ବ୍ଲକ୍ ସମ୍ମିଳନୀ କକ୍ଷ୍ୟ ଠାରେ ଗୋଷ୍ଠି ଉନ୍ନୟନ୍ନ ଅଧିକାରୀ ଅଚ୍ୟୁତାନନ୍ଦ ଜାନି ଙ୍କ ଅଧ୍ୟକ୍ଷ୍ଯତା ରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ନିମନ୍ତେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ମିଶାବତୀ ମାଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ତୃଣମୂଳ ଠାରୁ ଗାଁ ଲୋକ ଙ୍କୁ ଯଦି ଯୋଯନା ପ୍ରସ୍ତୁତ କରି ତାଲିମ ଦିଆଯିବ ତେବେ ପ୍ରତ୍ୟେକ ବିପଦ ସମୟରେ ପ୍ରଶାସନିକ ସହେଯାଗ କୁ ଅପେକ୍ଷାନ କରି ପ୍ରାଥମିକ ସୁରକ୍ଷା ଯୋଗାଇ ପାରିବେ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ । ଉପାଧ୍ୟକ୍ଷା ନିକଜୀନୀ ଦିଗାଲ ତାଙ୍କ ବକ୍ତବ୍ୟରେ ଏହା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିବା ସହ ସବୁ ବର୍ଗର ଅଧିକାରୀ ମାନଙ୍କ ର ସହଯୋଗ ଲୋଡିଥିଲେ ।

ଏଥିରେ ବାଲିଗୁଡା ବ୍ଲକ୍ ର ସରପଂଚ, ସମିତି ସଭ୍ୟ, ଦମକଳ କେନ୍ଦ୍ରର ଅଧିକାରୀ ଓ ବିଭିନ୍ନ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ମିଶାଇ ୪୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ବିପଦ ପ୍ରଶମନ କନ୍‌ସଲ୍‌ଟାଂଟ ପ୍ରଭୁପ୍ରସାଦ ମୋହାରଣା ଉପସ୍ଥିତ ରହି ଏହି କର୍ମଶାଳା ମାଧ୍ୟମରେ ବିଭିନ୍ନ ବିପଦର ରୂପରେଖ କୁ ବର୍ଣ୍ଣନା କରିବା ସହ କିପରି ସ୍ଥାନୀୟ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ,ସ୍ଥାନୀୟ ସ୍ୱେଛାସେବୀ କର୍ମକର୍ତା ଓ ଗାଁ ସ୍ତରରେ ଉପଲବ୍ଧ ସମ୍ବଳକୁ ବ୍ୟବହାର କରି ବିପଦକାଳୀନ ପ୍ରଶମନ କରିପାରିବେ ତାହାର ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଥିଲେ । ସ୍ୱାତୀ ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ବାଲିଗୁଡା ବ୍ଲକରେ ଚିହ୍ନଟ ହୋଇଥିବା ୧୧ ଗୋଟି ଗ୍ରାମପଂଚାୟତ ର ୩୩ ଗୋଟି ଗ୍ରାମରେ ଅଗାମି ଦିନରେ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି କରାଯିବ ବୋଲି ଘୋଶଣା କରିବା ସହ ସମସ୍ତ ସରପଂଚ, ସମିତି ସଭ୍ୟ ସଭ୍ୟା ଓ ଅନ୍ୟ ଜନପ୍ରତିନିଧି ମାନଙ୍କ ର ପୂର୍ଣ ସହେଯାଗ କାମନା କରିଥିଲେ । ଅତିରିକ୍ତ ଶିକ୍ଷାଅଧିକାରୀ ବଂଶୀଧର ସାହୁ ଶିକ୍ଷ୍ୟାବିଭାଗ ର ସମସ୍ତ ସହେଯାଗ ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଏବଂ ସ୍ଥାନୀୟ ତହସିଲଦାର ବିଜୟ କୁମାର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରାମ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟିକୁ ଯେତେ ସୁଦୃଢ କରାଯାଇ ପାରିବ ଏହି କାର୍ଯ୍ୟକ୍ରମ ର ସୁଫଳ ସେତେ ଅଧିକ ମାତ୍ରାରେ ମିଳିପାରିବ ବୋଲି କହିଥିଲେ । କାର୍ଯ୍ୟକ୍ରମ ଟିକୁ ଭାରପ୍ରାପ୍ତ ଗ୍ରାମପଂଚାୟତ ଅଧିକାରୀ ଦିନେଶ କୁମାର କହଁର ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ତରଫରୁ ବରିଷ୍ଠ କର୍ମୀ ବିଶ୍ଵରଞନ କର ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.