ନୟାଗଡ଼ : ନୟାଗଡ଼ ଜିଲ୍ଲାର ମୁଖ୍ୟ ଦୁଇ ମନ୍ଦିର ଯଥା ସରଣକୁଳ ର ଲଡୁ ବାବା ଓ ଓଡ଼ଗାଁ ର ରଘୁନାଥ ଜୀଉ ମନ୍ଦିରର ପ୍ରାୟ ୧୧୯୫ ଏକର ଭୁ ସମ୍ପତି ଥିବାର ଜଣାପଡ଼ିଛି । ମାତ୍ର ସେଥିରୁ ୭୨୦ ଏକର ଜମି ମନ୍ଦିର ସେବାସୀଙ୍କ ପାଖରେ ଥିବା ବେଳେ ଅନେକ ଜମି ର ପତ୍ତା ମିଳୁନି । ସେଥିରୁ କିଛି ଜମି ଲିଜ ଆକାରରେ ଦିଆ ଯାଇଥିବା ବେଳେ ଅବଶିଷ୍ଟ ଜମି ଠାକୁରଙ୍କ ନାମରେ ଥିବା ଖାତାକୁ ଆସିପାରିନାହିଁ । ଏବେବି ଜମି ବଣ୍ଟନ ପ୍ରକ୍ରିୟା ଚାଲୁ ରହିଥିବାର ଭିତିରି ସୂତ୍ରରୁ ପ୍ରକାଶ ।
ରାଜାଙ୍କ ଅମଳରୁ ତିଆରି ଏହି ମନ୍ଦିର ଦୁଇଟି ରେ ରାଜା ମାନେ ସେବାସୀ ନିଯୁକ୍ତ କରି ଜମି ପ୍ରଦାନ କରିଥିଲେ । ଲଡୁ ବାବା ମନ୍ଦିର ର ୮୬୬ଏକର ୫୭ ଡେସିମାଲ୍ ଜମି ରହିଛି । ସେଥିରୁ ସେବାସୀଙ୍କ ନାମରେ ୬୦୦ଏକରରୁ ଅଧିକ ଜମିରହିଛି ଓ ଲଡୁ ବାବାଙ୍କ ବିଜେ ସ୍ଥଳୀରେ ଦେଢ଼ ଏକର ଜମି ରହିଛି । କିଛି ଜମିରେ ପୋଖରୀ, ନାଳ, ରାସ୍ତା ଥିବାର ଜଣା ପଡ଼ିଛି । ଲଡୁ ବାବାଙ୍କ ସମସ୍ତ ସମ୍ପତ୍ତି ର ମୂଲ୍ୟ ୫୦୦କୋଟି ରୁ ଅଧିକ ହେବାକୁ ଥିବା ବେଳେ ରାଜସ୍ବ ଆଦାୟକୁ ନେଇ ଦେବୋତ୍ତର ବିଭାଗର ଚିନ୍ତା ବଢ଼ି ଯାଇଛି । ବର୍ଷକୁ ମାତ୍ର ୧୪ଲକ୍ଷ ୧୫ହଜାର ଟଙ୍କା ଆଦାୟ ହେଉଛି ଯାହା ବର୍ଷ ଯାକର ଖର୍ଚ୍ଚ ପାଇଁ ଅସୁବିଧା ସୃଷ୍ଟି ହେଉଛି ।
ସେହିପରି ଓଡ଼ଗାଁ ରେ ବିରାଜିତ ଶ୍ରୀ ରଘୁନାଥ ଜୀଉ ଙ୍କ ୩୨୯ ଜମି ଥିବା ବେଳେ ୧୨୦ଏକର ସେବାସୀ ନାମରେ ଥିବା ବେଳେ ଶ୍ରୀ ରଘୁନାଥ ଜୀଉ ଙ୍କ ବିଜେସ୍ଥଳୀ ରେ ୧ଏକର ଜମି ରହିଛି । ଏବେବି ଅନେକ ଜମିର ପତ୍ତା ମିଳୁ ନଥିବା ବେଳେ ସେବାସୀ ମାନେ ବର୍ଷକୁ ଯାହା ଦିଅନ୍ତି ତାହା ସମୁଦ୍ରକୁ ସଂଖେ ସଦୃଶ । ଆଜିର ଦିନରେ ଶ୍ରୀ ରଘୁନାଥ ଙ୍କ ଜମିର ମୂଲ୍ୟ ୪୦୦ କୋଟି ରୁ ଉର୍ଦ୍ଧ୍ବ ହେବା ବେଳେ ବର୍ଷକୁ ୭ଲକ୍ଷ ୬୨ହଜାର ଟଙ୍କା ରାଜସ୍ବ ଆଦାୟ ହେଉଛି । ତେଣୁ ପ୍ରକୃତ ସେବାସୀ ଚିହ୍ନଟ କରି ସରକାରୀ ନିୟମ ଅନୁସାରେ ସେମାନଙ୍କୁ ଜମି ପ୍ରଦାନ କରି ଅବଶିଷ୍ଟ ଜମି କୁ ଦେବୋତ୍ତର ବିଭାଗ ଖାତାକୁ ଅଣାଯାଉ ନଚେତ୍ ଠାକୁରଙ୍କ ଜମିଗୁଡ଼ିକ ହାତ ରୁ ଖସିଯିବ ।
ଲଡୁ ବାବା ଓ ରଘୁନାଥ ଙ୍କୁ ଦର୍ଶନ କରିବାକୁ ପ୍ରତିଦିନ ଶହଶହ ଭକ୍ତଙ୍କ ସୁଅ ଛୁଟିଛି ମାତ୍ର ଭକ୍ତଙ୍କ ପାଇଁ ମୌଳିକ ସୁବିଧା ମିଳୁନାହିଁ । ମନ୍ଦିର ଖୋଲିବା ସମୟକୁ ନେଇ ମଧ୍ୟ ନାନା ଅସନ୍ତୋଷ ଦେଖାଦେଇଛି । ଅପରାହ୍ନ ୪ଟା ବେଳେ ମନ୍ଦିର ଖୋଲିବାକୁ ସାଧାରଣ ଲୋକେ ଦେବୋତ୍ତର ବିଭାଗ ନିକଟରେ ଦାବି କରି ଆସୁଛନ୍ତି । କିନ୍ତୁ ଏହାକୁ ଗୁରୁତ୍ଵ ଦିଆ ଯାଉନାହିଁ ବୋଲି ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.