ନୟାଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଦ୍ଵାରା ଲକ୍ଷ୍ମୀବସ ସେବା ଶୁଭାରମ୍ଭ କଲେ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ଯୋଜନା ର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛା କୁ ସମ୍ମାନ ଦେଇ ଓଡ଼ିଶା ସରକାର ଯୋଜନା କରୁଛି । ଗ୍ରାମାଞ୍ଚଳ ର ଲୋକମାନଙ୍କର ଯୋଗାଯୋଗ ଅସୁବିଧାକୁ ଦୂର କରିବା ପାଇଁ ଲକ୍ଷ୍ମୀବସ ଯୋଜନା କରାଯାଇଅଛି । ବିଶେଷକରି ନୟାଗଡ଼ ଜିଲ୍ଲାରେ ୧୮୯ଟି ପଞ୍ଚାୟତ ରେ ୩୧ଟି ବସ ଚାଲିଲା । ଏହାଦ୍ବାରା ୯ଲକ୍ଷ ୩୪ହଜାର ଲୋକ ଉପକୃତ ହେବେ । ଏହି ଲକ୍ଷ୍ମୀବସ ଯୋଜନାରେ ସାରା ରାଜ୍ୟରେ ୧୦୦୦ଟି ବସ ଚାଲିବ । ୫-ଟି ଯୋଜନା ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵ ମିଶନ ଶକ୍ତି ମା ମାନଙ୍କୁ କୁ ଦିଆଯାଇଛି । ଏହି ଲକ୍ଷ୍ମୀବସ ଗାଁର ଅର୍ଥନୀତି କୁ ମଜବୁତ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା। ପ୍ରତି ପଞ୍ଚାୟତ କୁ ବିକାଶ ର କେନ୍ଦ୍ର କରିବା ଆମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବାପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ସେବା ଆରମ୍ଭ ହୋଇଅଛି । ଏହି ଲକ୍ଷ୍ମୀବସ ଯୋଜନା ଓ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ମା ମାନଙ୍କ ପାଇଁ ଟିକେଟ ର ମୂଲ୍ୟ ଅଧା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.