ଫୁଲବାଣୀ ପୁସ୍ତକ ମେଳା ପରିସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ଫୁଲବାଣୀ : ଫୁଲବାଣୀ ରେ ଗତ ୧୨ ତାରିଖରୁ ବିଟିମ୍ ପଡିଆରେ ଆରମ୍ଭ ହୋଇଥ‌ିବା, ବନଜ୍ୟୋସ୍ନା ସାହିତ୍ୟ ସଂସଦର ଚତୁର୍ଦ୍ଦଶ ପୁସ୍ତକ ମେଳା
ଓ ସାଂସ୍କୃତିକ ଉତ୍ସବ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଫୁଲବାଣୀ ରକ୍ତିଭଣ୍ଡାରର ଭ୍ରାମ୍ୟମାଣ ରକୃ ସଂଗ୍ରହ ଯାନରେ
ଆୟୋଜିତ ଏହି ଶିବିରକୁ କନ୍ଧମାଳ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ଏହି ଅବସରରେ ତାଙ୍କ ସହିତ ବନଜ୍ୟୋସ୍ନା ସାହିତ୍ୟ ସଂସଦର ସଭାପତି ପ୍ରଶାନ୍ତ କୁମାର ବେହେରା,ମୁଖ୍ୟ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ, ଉପସଭାପତି ଶରତଚନ୍ଦ୍ର ମହାନ୍ତି,ଟିମ୍ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ, ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟଦୀପ ଘୋଷ୍ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ପ୍ରଥମେ ଫୁଲବାଣୀର ଆଇନଜିବି ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରଥମେ ରକ୍ତଦାନ କରିଥିଲେ। ରକ୍ତ
ସଂଗ୍ରହ କାର୍ଯ୍ୟ ରକ୍ତଭଣ୍ଡାର କର୍ମଚାରୀ ସୂଜିତ କୁମାର ସାହୁ, ପ୍ରଶାନ୍ତ କୁମାର ରନ୍ଧାଲୁ, ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ବରିଷ୍ଠ ରକ୍ତଦାତା ଓ ଫୁଲବାଣୀ ରକ୍ତଦାନ ସମିତିର ସଦସ୍ୟ ଉମେଶ ପ୍ରସାଦ ପାତ୍ର ଏବଂ ଅନ୍ୟମାନେ ସହଯୋଗ କରିଥିଲେ। ଆଜିଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହେବ। ଏହି ଅବସରରେ ରକ୍ତ ସଂଗ୍ରହ ସାଙ୍ଗକୁ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ – ବୋଲି
ଅନୁଷ୍ଠାନର ସଭାପତି କହିଛନ୍ତି।

nis-ad
Leave A Reply

Your email address will not be published.