‘ଆମ ଓଡିଶା -ନବୀନ ଓଡିଶା’ ସହରୀ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର : ସମାଜର ସମସ୍ତ ବର୍ଗଙ୍କ ପାଇଁ ନିରନ୍ତର ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ୫ଟି ପଦକ୍ଷେପ ଅଧିନରେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତ ଯୋଜନା ସଚେତନତା ନେଇ “ଆମ ଓଡିଶା -ନବୀନ ଓଡିଶା” ସହରୀ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବ । ଏହି ପରିପେକ୍ଷିରେ ଛତ୍ରପୁର ଏନଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ “ଆମ ଓଡିଶା -ନବୀନ ଓଡିଶା “ସହରାଚଂଳ ବିକାଶ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଅବଗତ କରାଇବା ସହ ସହରରେ କିପରି ବିକାଶ ହେଉଛି ତାହା କହିଥିଲେ । ସମସ୍ତ କଲ୍ୟାଣ/ବିକାଶ ଯୋଜନା ଏବଂ ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ପ୍ରଦାନ କରି ନାଗରିକଙ୍କ ସଶକ୍ତ କରିବାକୁ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଆମ ସହରର ବିକାଶ ଏକ ପୁସ୍ତିକା ବଂଟନ କରାଯାଇଥିଲା । ଛତ୍ରପୁର ଏନଏସିରେ ୩୧୩୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇଛନ୍ତି । ୪୩୮୮ ପରିବାରକୁ ଡ୍ରିଙ୍କ ଫ୍ରମ୍ ଟ୍ୟାପ ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଜାଗା ମିଶନରେ ୭୮ ପରିବାରକୁ ଭୂମି ଅଧିକାର ପ୍ରମାଣ ପତ୍ର ମଞ୍ଜୁର ସମେତ ୪ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରୀକରଣ, ମୁକ୍ତା ଯୋଜାନରେ ୪୨ଟି ରାସ୍ତାର ରୂପାନ୍ତରୀକରଣ ପାଇଁ ୫କୋଟି ମଞ୍ଜୁର, ୭.୯୭ କୋଟି ଟଙ୍କା ବିନିଯୋଗରେ ୨୯୮ଟି ପ୍ରକଳ୍ପ କାର୍ଯ୍ୟକାରୀ, ୨ଟି ବହୁ ଉପଯୋଗୀ ଗୃହ ନିର୍ମାଣ ପାଇଁ ୪କୋଟି ମଞ୍ଜୁର, ୨୮ଟି ମିଶନଶକ୍ତି ଗୋଷ୍ଠୀଙ୍କୁ ୧ କୋଟି ୨୨ ଲକ୍ଷ ଟଙ୍କା ବିନା ସୁଧରେ ଋଣ, ୯୩୬ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ୩.୭୦ କୋଟି ଟଙ୍କାରେ ସ୍ମାର୍ଟ ପାର୍କ ଏବଂ ମଡେଲ ଶ୍ମଶାନ ନିର୍ମାଣ, ୧.୨୫ କୋଟି ଟଙ୍କା ବିନିଯୋଗରେ ୧୭୧୨ଟି ଷ୍ଟ୍ରିଟ ଲାଇଟ ଦ୍ୱାରା ରାସ୍ତା ଆଲୋକୀକରଣ, ୪୮୪ ପଥ ପାଶ୍ୱର୍ ବିକାଳୀଙ୍କୁ ୩୮.୪୯ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ସହରରେ ବରିଷ୍ଠ ନାଗରିକ ମାନଙ୍କୁ ଏନଏସି ପକ୍ଷରୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେସନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ଅଧ୍ୟକ୍ଷାଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି,ପାପା ରାଓ, କାଉନସିଲର ଟି.ଗଣେଷ ରେଡି,ମମତା ପାତ୍ର.ଏମ୍‌.ୱାଣି ସେନାପତି, କେ.ରମେଶ, ପ୍ରତିଛନ୍ଦା ସାମଲ, ଦେବାଶିଷ ମିଶ୍ର,ସନ୍ତୋଷୀ ସେଠୀ, ବି.ନିଶ୍ଚଳା ଓ ସୁମନ୍ତ କୁମାର ନାହାକ ଙ୍କ ସମେତ ମିଶନ ଶକ୍ତିର ମା ଓ ଜନସାଧାରଣମାନେ ଉପସ୍ଥିତଥିଲେ । କାର୍ଯ୍ୟକ୍ରମକୁ ଏନଏସି ସିଇଓ ଗାୟତ୍ରୀ ସାମଲ ସଂଯୋଜନା କରିଥିଲେ ।

nis-ad
Leave A Reply

Your email address will not be published.