ଦେବଗଡ,୧୪ା୨ : ବାରକୋଟ ଥାନାଂଚଳର ଜଣେ ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ବିବାହ ପ୍ରତିଶୃତି ଦେଇ ଶାରୀରୀକ ସମ୍ପର୍କ ଓ ଗର୍ଭନଷ୍ଟ ପାଇଁ ବାଧ୍ୟ କରିବା ଓ ପ୍ରତାରଣା କରିଥିବା ଜଣେ ପ୍ରତାରକ ଯୁବକକୁ ବାରକୋଟ ଥାନା ପୋଲିସ ବୁଧବାର ପ୍ରେମ ଦିବସ ରେ ପ୍ରେମିକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ଥାନାଂଚ କତ୍ରାପାଲି ଗ୍ରାମର ପୁଲିନ କୁମାର ସାହୁ(୩୦) ନାମକ ଜଣେ ଯୁବକ ପ୍ରାୟ ୪ ବର୍ଷ ହେଲା ସମ୍ପୃକ୍ତ ଥାନାଂଚଳର ଜଣେ ୩୦ ବର୍ଷୀୟ ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ସହ ତାଙ୍କ(ଯୁବତୀଙ୍କ) ଘରକୁ ଯିବା ଆସିବା କରୁଥିଲା । ଏହି କ୍ରମରେ ସେ ବିବାହ ପ୍ରତିଶୃତି ଦେଇ ଉକ୍ତ ଯୁବତୀଙ୍କ ସହ ଏକାଧିକବାର ଶାରୀରୀକ ସମ୍ପର୍କ ସ୍ଥାପନ କରିଥିଲା । ଫଳରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ । ଏକଥା ଜାଣିବାପରେ ପ୍ରେମିକ ପୁଲିନ ଗର୍ଭ ନଷ୍ଟ କରିବା ପାଇଁ ବାଧ୍ୟ କରିବାସହ ଏଥିପାଇଁ ବଟିକା ଆଣି ଉକ୍ତ ଯୁବତୀଙ୍କୁ ଖାଇବାକୁ ଦେଇଥିଲା । ଯୁବତୀ ଜଣକ ଏଥିରେ ରାଜି ନହେବାରୁ ଗର୍ଭ ନଷ୍ଟ ପାଇଁ ଔଷଧ ନଖାଇଲେ ତାଙ୍କୁ ବିବାହ କରିବ ନାହିଁ ବୋଲି ଚେତାବନୀ ଦେଇଥିଲା । ଫଳରେ ଯୁବତୀ ଜଣକ ବାଧ୍ୟହୋଇ ଉକ୍ ଔଷଧ ଖାଇବାସହ ଗର୍ଭ ନଷ୍ଟ କରିଥିଲେ । ଏହାପରେ ତାଙ୍କ ଅଜାଣତରେ ପୁଲିନ ଅନ୍ୟତ୍ର ବିବାହ କରିବାକୁ ଯୋଜନା କରିଥିବା ଏବଂ ଏପରିକି ଏଥିପାଇଁ ନିର୍ବନ୍ଧ କରିଥିବା ସୂଚନା ପାଇ ଯୁବତୀ ଜଣକ କତ୍ରାପାଲି ଗ୍ରାମକୁ ଯାଉଥିବା ସମୟରେ ବାଟରେ ପ୍ରେମିକ ପୁଲିନ ସହିତ ତାଙ୍କର ସାକ୍ଷାତ ହୋଇଥିଲା । ଉଭୟେ ଏ ସମ୍ପର୍କରେ ଆଲୋଚନା କରିବାପରେ ପୁଲିନ ତାଙ୍କୁ ଅନତିଦୂରରେ ଥିବା ବଡକୁଦର ଶିବ ମନ୍ଦିରକୁ ଆସିବା ପାଇଁ କରିଥିଲା । ଯୁବତୀ ଜଣକ ଗତ ୧୧ ତାରିଖ ପୂର୍ବାହ୍ନ ପ୍ରାୟ ବଡକୁଦର ଶିବ ମନ୍ଦିରକୁ ଯାଇ ସଂଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ସେଠାରେ ଅପେକ୍ଷା କରିଥିଲେ ହେଁ ପୁଲିନ ସେଠାକୁ ଆସିନଥିଲା । ଯୁବତୀ ଜଣକ ତାକୁ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ପୁଲିନର ମୋବାଇଲ ସୁଇଚ ଅଫ୍ ଥିବାରୁ ଏହା ସମ୍ଭବ ହୋଇନଥିଲା । ଫଳରେ ଯୁବତୀ ଜଣକ ମଙ୍ଗଳବାର ସଂଧ୍ୟାରେ ଏନେଇ ବାରକୋଟ ଥାନାରେ ଲିଖୀତ ଅଭିଯୋଗ କରିଥିଲେ ଓ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପୁଲିନ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ଋଜୁ କରିବାସହ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି
Sign in
Sign in
Recover your password.
A password will be e-mailed to you.