କଂଗ୍ରେସକୁ ବଡ ଝଟକା, ହାତ ଛାଡିଲେ ଅଂଶୁମାନ ,ପ୍ରାଥମିକ ସଭ୍ୟ ପଦରୁ ଦେଲେ ଇସ୍ତଫା, ଏହା ଶୁଣି ବଙ୍ଗଳାରେ ଥିବା ନେତାଙ୍କ ଚେତା ବୁଡିଲା…


ରାଜନଗର -13.2.024 କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଟ୍ଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରେ ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନେତା ମାନେ ଘଡିକେ ଘୋଡା ଛୁଟାଉଅଛନ୍ତି। ଯାହାକି ଆଜି ରାଜନଗର ନିର୍ବାଚନ ମଣ୍ଡଳୀ ସମେତ କେନ୍ଦ୍ରାପଡା ଜିଲ୍ଲା କଙ୍ଗ୍ରେସକୁ ଏକ ପ୍ରକାର ଵଡ ଝଟକା ଲାଗିଛି। ରାଜନଗର ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଙ୍ଗ୍ରେସ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅଂଶୁମାନ ମହାନ୍ତି ଆଜି ସଭାପତିପଦରୁ ଇସ୍ତଫା ଦେବା ସହ ପ୍ରାଥମିକ ସଭ୍ୟରୁ ଇସ୍ତଫା ଦେଇଥିବା ଜଣା ପଡିଛି। ଏହା ପରେ ସେ କେଉଁ ଦଳରେ ଯୋଗ ଦେଵେ ତାହା ଦୁଇ ତିନି ଦିନ ମଧ୍ୟରେ ସ୍ପଷ୍ଟ ହୋଇପାରେ ବୋଲି ସୁଚନା ମିଳିଛି। ଯଦିଅ ବିଜେଡି ବିଜେପିରୁ ଉପର ମହଲରୁ ଅଫର ଆସୁଛି। ତଥାପି ନିର୍ଵାଚନ ମଣ୍ଡଳୀର ଜନସାଧାରଣଙ୍କ ନିଷ୍ପତି ଅନୁଯାୟୀ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ ହୋଇଯିବ। ଏନେଇ ଅଂଶୁମାନ ମହାନ୍ତିଙ୍କ ପ୍ରତିକ୍ରିୟା ନେଵାରୁ ସେ କହିଥିଲେ ମୁଁ ଲୋକମାନଙ୍କ ସହିତ ଥିଲି ଏବଂ ଆଜି ମଧ୍ୟ ରହିଛି, ସେମାନଙ୍କ ସେବା କରିବା ମୋର କର୍ତ୍ତବ୍ୟ ,ତେଣୁ ସେମାନଙ୍କର ନିଷ୍ପତି ମୋର ନିଷ୍ପତି। ମୋ ପ୍ରତି ନିର୍ବାଚନ ମଣ୍ଡଳୀ ବାସୀଙ୍କର ଯେଉଁ ଭଲପାଇବା ସ୍ନେହ ସହାନୁଭୁତି ଓ ଆଗଠାରୁ ଆହୁରି ଅଧିକ ସମର୍ଥନ ଵୃଦ୍ଧି ପାଇବାରେ ଲାଗିଛି, ସେମାନଙ୍କୁ ବିରୋଧୀ ଶାସନ ପାଇଁ ପାଞ୍ଚବର୍ଷ ମଧ୍ୟରେ ଆଶାନୁ ପାତ ସେଵା ଦେଇ ପାରିନାହିଁ ସତ କିନ୍ତୁ ସେମାନଙ୍କ ସୁଖ ଦୁଃଖର ସାଥୀ ହୋଇଆସୁଛି । ଆଜି ଅଞ୍ଚଳବାସୀଙ୍କ ନିଷ୍ପତି ପ୍ରକାରେ ମୁଁ କଙ୍ଗ୍ରେସରୁ ଇସ୍ତଫା ଦେଇଛି। ଆଗାମି ନିର୍ବାଚନ ପାଇଁ କେଉଁ ଦଳରେ ମିଶିଲେ ଲୋକମାନଙ୍କୁ ସେମାନଙ୍କର ସେଵାରେ ସହାୟ ହୋଇ ପାରିବି ସେନେଇ ଜନତା ଜନାର୍ଦ୍ଦନଙ୍କ ନିଷ୍ପତି ଉପରେ ମୁଁ କାର୍ଯ୍ୟ କରିବି। ବିଜୁ ପଟ୍ଟନାୟକଙ୍କର ଆନୁଗତ୍ୟ ତଥା ଦାୟଦ ଶ୍ରୀଯୁକ୍ତ ନଳୀନ କାନ୍ତ ମହାନ୍ତି, ତାଙ୍କର ସୁଚରିତ୍ର ଏବଂ ଜନସେଵାରେ ନିଜକୁ ସାମିଲ କରିଥିବାରୁ ୭ଥର ବିଧାୟକ୩ଥର ମନ୍ତ୍ରୀ ହେଵାର ସୌଭାଗ୍ୟ ଅର୍ଜନ କରି ରାଜନଗର ନିର୍ବାଚନ ମଣ୍ଡଳୀର ଉନ୍ନୟନ କ୍ଷେତ୍ରରେ ଭୌଗଳିକ ମାନଚିତ୍ର ଵଦଳାଇଥିବା ସମସ୍ତଙ୍କ ଲେୟନସରେ ଲିପିବଦ୍ଧ ହୋଇ ରହିଯାଇଛି।ପିତାଙ୍କ ଅନ୍ତେ ୨୦୧୪-୨୦୧୯ ପର୍ଯ୍ୟନ୍ତ ସ୍ବର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ସୁପୁତ୍ର ଏଵଂସମସ୍ତଙ୍କର ସ୍ନେହ ତଥା ଆଦରଣୀୟ ଶ୍ରଦ୍ଧାର ଅଂଶୁମାନ ମହାନ୍ତି ଵିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ। ସେହି ପାଞ୍ଚ ବର୍ଷ ମଧ୍ୟରେ ଅଞ୍ଚଳରେ ଵହୁ ଉନ୍ନୟନ କାର୍ଯ୍ୟ ସହ ଜନସାଧାରଣଙ୍କର ଆଦରଣୀୟ ଵିଧାୟକ ଭାଵେ ସେଵା କରି ଗୌରବ ଅନୁଭବ କରିଥିଲେ। ବିଧାୟକ ହେଵାଠାରୂ ଆଜି ପର୍ଯ୍ୟନ୍ତ ଦୁର୍ନୀତିର ଛାଇ ତାଙ୍କୁ ସ୍ପର୍ଶ କରିପାରିନି ଏଵଂ ସେ ନିସ୍କଳଙ୍କ ଅଟନ୍ତି ।ଲୋକମାନଙ୍କ କହିବା ପ୍ରକାରେ ୨୦୧୯ ନିର୍ବାଚନରେ ଵାହୁ ଓ ଅର୍ଥ ବଳରେ ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ ନିର୍ବାଚିତ କରାଇ ଆମେ ପାଞ୍ଚ ବର୍ଷ ହେଵ ସମସ୍ୟା ଭୋଗକରୁଛୁ। ବିକାଶର ଡିଣ୍ଡିମ ପିଟାଯାଉଥିବା ଵେଳେ ପାଣ୍ଡିଆନ ସାର୍ ଏଵଂ ମୁଖ୍ୟମନ୍ତ୍ରୀଙ୍କ ଅଗୋଚରରେ ରାଜନଗର ଅଞ୍ଚଳକୁ ଯୋଗାଇ ଦିଆଯାଇଥିବା ଅର୍ଥକୁ ଵିକାଶ ନା ରେ ନିଜସ୍ବ ବିକାଶ ଵୃଦ୍ଧି ପାଉଥିବା ବେଳେ ଜନସାଧାରଣ ଯେଉଁ ତିମିରକୁ ସେହି ତିମିର ପରିସ୍ଥିତି ପାଲଟିଛି। କେତେଟଙ୍କା ଆସିଲା କି କାମରେ କଣ ଖର୍ଚ୍ଚ ହେଲା, ସେକାମ ପ୍ରକୃତ ହୋଇଛିକି ନାହିଁ, ତାକୁ ଦେଖିବାକୁ କେହି ନାହାନ୍ତି। ଅଫିସରଙ୍କୁ ଧରି କାଗଜ କଲମରେ ଦର୍ଶାଯାଇ ମୁଖ୍ୟ ମନ୍ତ୍ରୀଙ୍କୁ ଖୁସ୍ କରାଇଦେବା କାଇଦା ନେତାଙ୍କୁ ଭଲଭାଵେ ଜଣା। , ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଲୋକଙ୍କ ଉଦ୍ଧେଶ୍ୟରେ ଫଳପ୍ରଦ ହେଉଛି କି ନାହିଁ ,ତାହା ମୁଖ୍ୟମନ୍ତ୍ରୀ କିମ୍ବା ପାଣ୍ଡିଆନ ସାର ଜାଣିପାରିଲେ ନାହିଁ।ମିଶନ ଶକ୍ତିର ଏମଵିକେ ଠାରୁ ଆରମ୍ଭ କରି ଧାନମଣ୍ଡି ପର୍ଯ୍ୟନ୍ତ ଏପରିକି ଟେଣ୍ଡରଫିକ୍ସ କାହାକୁ ଛଡା ଗଲା ନାହିଁ।ସମସ୍ତଙ୍କ ଠାରୁ ଅର୍ଥ ଆଦାୟରେ ଲାଗିପଡିଲେ ନେତା। ଏଵେ ଲୋକମାନଙ୍କୁ ଭାବିବା ସମୟ ଆସିଛି,ସେମାନେ କହିଛନ୍ତି ଆମେ ଅନ୍ଧ ହୋଇ ବାଡି ହଜାଇଥିଲୁ, କିନ୍ତୁ ଆଉ ଏପରି ଦୁର୍ନୀତି ଖୋର ନେତାକୁ ସୁଯୋଗ ଦେଵାକୁ ନା ପସନ୍ଦ କରିଛନ୍ତି ଜନତା। ଦଳଗତ ନିର୍ଵିଶେଷରେ ଅଞ୍ଚଳର ଜନସାଧାରଣ ତାଙ୍କର ଶୁଭେଛୁ ଅଂଶୁମାନକୁ କଙ୍ଗ୍ରେସରୁ ଇସ୍ତଫା ଦେବାକୁ ପ୍ରଵର୍ତାଉଥିଲେ। ଆଜି ଲୋକମାନଙ୍କ ଭଲପାଇବାକୁ ସମ୍ମାନ ଦେଇ ଅଂଶୁମାନ କଙ୍ଗ୍ରେସରୁ ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଅଂଶୁମାନଙ୍କ ସହିତ ରାଜନଗର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନା, ପିସିସି ସଭ୍ୟ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଶ୍ରୀ ନିମାଇଁ ଚରଣ କର, ନଗର ସଭାପତି ଅମୂଲ୍ୟ ପ୍ରଧାନ, ପିସିସି ସଭ୍ୟ ମଳୟ ଦାସ ପ୍ରମୁଖ ଇସ୍ତଫା ଦେଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.