ଦାବୀ ପୂରଣରେ ବିଳମ୍ବତାର ପ୍ରତିବାଦ : ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ରମ୍ଭେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଘେରାଉ

ଦେବଗଡ଼,୧୨ା୨ : ଚାଷ ହେଉଥିବା ସରକାରୀ ଜମିର ପଟ୍ଟା ପ୍ରଦାନ, ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ, ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ରେଙ୍ଗାଳି ବାସଚ୍ୟୁତଙ୍କୁ ଜମି ପ୍ରଦାନ ଏବଂ ଜମିର କିସମ ପରିବର୍ତନ ଆଦି ୫ ଦଫା ଦାବୀ ପୁରଣରେ ବିଳମ୍ବତା ଦେଖାଦେଇଛି । ଏଣୁ ଏହାର ପ୍ରତିବାଦରେ ଆଜି ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ବାରକୋଟ ବ୍ଲକ ଅନ୍ତର୍ଗତ ରମ୍ଭେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଦେବଗଡ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘର ସଭାପତି ସେମ ହେମ୍ରମଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଂଚଳର ବହୁ ଚାଷୀ ରମ୍ଭେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହେବାସହ ରମ୍ଭେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ । ଏଥିସହ ରମ୍ଭେଇ ଗ୍ରାମ ପଂଚାୟତ ଅଧିନସ୍ଥ ସମସ୍ତ ଗ୍ରାମରେ ଆଗାମୀ ଏକ ସପ୍ତାହ ମଧ୍ୟରେ ଉପରୋକ୍ତ ଦାବୀ ପୂରଣ ନିମନ୍ତେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟଥା ଆଗାମୀ ୧୯ ତାରିଖ ଦିନ କୃଷକ ସଂଘର୍ଷ ସଂଘ ପକ୍ଷରୁ ପୁଣିଥରେ ଆନ୍ଦୋଳନ କରାଯିବ ବୋଲି ଲିଖୀତ ଚେତାବନୀ ଦେଇଥିଲେ । ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ଓ ସଂଘର୍ଷ ସଂଘର ସମ୍ପାଦକ ଗୁଣନିଧି ବେହେରା, ଚେଣ୍ଡାଳ ଜାଲ,ଲିଙ୍ଗରାକ ଖୁଂଟିଆ, ତ୍ରିଲୋଚନ ବେହେରା ଓ ଶଶୀ ଭୂଷଣ ନାୟକଙ୍କ ସମେତ ରମ୍ଭେଇ ଗ୍ରାମ ପଂଚାୟତର ବହୁ ଚାଷୀ ଓ କୃଷକ ନେତା ସାମିଲ ଥିଲେ । ଜିଲା କୃଷକ ସଂଘର୍ଷ ସଂଘର ଅଭିଯୋଗ ଅନୁଯାୟୀ ଗତ ୨୦୨୩ ମସିହା ନଭେମ୍ବର ୨୨ ତାରିଖ ଦିନ ଉପରୋକ୍ତ ୫ ଦଫା ଦାବୀ ନେଇ ଜିଲ୍ଲା କୃଷକ ସଙ୍ଘର୍ଷ ସଙ୍ଘ ପକ୍ଷରୁ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଦରଖାସ୍ତ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି ଦାବୀ ପୁରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଣୁ ହାର ପ୍ରତିବାଦରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ଆଜି ଏଭଳି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ସଂଘର୍ଷ ସଂଘର ସଭାପତି ଶ୍ରୀ ହେମ୍ରମ ଗଣମାଧ୍ୟମ ସମ୍ମୂଖରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.