ତୁମୁଡିବନ୍ଧରେ ବାଲିଗୁଡା ସଂକୁଳର ବନବିହାର

ଫୁଲବାଣୀ : ବାଲିଗୁଡା ସଂକୁଳର ବନବିହାର କାର୍ଯ୍ୟକ୍ରମ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂଯୋଜନା ରେ ଜଳେଶପଟା ସ୍ଥିତ ଜଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁସାରେ ପରିଚାଳିତ ଏହି ବନବିହାର କାର୍ଯ୍ୟକ୍ରମରେ ବାଲିଗୁଡା ସଂକୁଳ ସ୍ଥିତ ବାଲିଗୁଡା, ରାଇକିଆ, ତୁମୁଡିବନ୍ଧ, ଦାରିଙ୍ଗାବାଡି, ସାରଙ୍ଗଡ଼ ଶିଶୁ ବିଦ୍ୟା ମନ୍ଦିର ସମେତ 300 ରୁ ଉର୍ଦ୍ଧ୍ୱ ଆଚାର୍ଯ୍ୟ ଆଚାର୍ଯ୍ୟା, ପରିଚାଳନା ସମିତି ସଦସ୍ୟ ଓ ଶୁଭେଛୁ ଉପସ୍ଥିତ ଥିଲେ ।ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ, ଜଳେଶପଟା ର ଅଧ୍ୟକ୍ଷ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସମୟରେ ରାଷ୍ଟ୍ର ଗଠନରେ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ଭୂମିକା ସହ ଗରିମାମୟ ଭାରତକୁ ବିଶ୍ୱର ଗୁରୁ କରିବାରେ ସମସ୍ତଙ୍କ ଯୋଗଦାନ ବିଷୟରେ ମନେ ପକେଇ ଦେଇଥିଲେ ।

ତୁମୁଡିବନ୍ଧ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳଙ୍କ ପ୍ରଭାବୀ ସଂଯୋଜନା ଓ ସଂକୁଳ ପ୍ରମୁଖ ତୀର୍ଥବାସୀ ଘଡେଇଙ୍କ ଅଧ୍ୟାକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦାରିଙ୍ଗବାଡି ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ବାଲିଗୁଡା ସଭାପତି ରବୀନ ମିଶ୍ର, ସମ୍ପାଦକ ମାନସ କୁମାର ଆଚାର୍ଯ୍ୟ, ସାରଙ୍ଗଗଡ଼ ସଭାପତି ବିସିକେଶନ ପ୍ରଧାନ, ରାଇକିଆ ଉପ ସଭାପତି ରମେଶ ଚନ୍ଦ୍ର ବିଶ୍ୱାଳ, ସମ୍ପାଦକ କୁମର ଚନ୍ଦ୍ର ପାଢ଼ୀ,ତୁମୁଡିବନ୍ଧ ର ସଭାପତି ପୁରୁଷୋତ୍ତମ ଲେଙ୍କା,ସମ୍ପାଦକ ହୀରାଲାଲ ପ୍ରଧାନ, ଉପଦେଷ୍ଟା ଲକ୍ଷ୍ମୀଧର ସାହୁ ମଂଚାସୀନ ହୋଇ ସମର୍ଦ୍ଧିତ ହୋଇଥିଲେ । ଏହି ଅବସରରେ ମୋ ମତରେ ମୋ ଶିଶୁ ବିଦ୍ୟା ମନ୍ଦିର ଶୀର୍ଷକ ଆଲୋଚନା ସମେତ ଗୁରୁଜୀଗୁରୁମାଙ୍କ ସଂଗୀତ ଓ ପ୍ରଶ୍ନମଞ୍ଚ ପ୍ରତିଯୋଗିତା ହୋଇଥିଲା | ସଂକୁଳ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଦେଇଥିଲା ବେଳେ ରାଇକିଆ ପ୍ରଧାନ ଆଚାର୍ଯ୍ୟ କାମଦେବ ବେହେରା, ଦାରିଙ୍ଗବାଡି ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ କୁମାର ବଡ଼ଜେନା, ସାରଙ୍ଗଡ଼ ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ର ବିଶୋଇ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଶୁଭେଛୁ ସହ ଉପ ସଭାପତି ପ୍ରସନ୍ନ କୁମାର ସାହୁ, ଯୁଗ୍ମ ସମ୍ପାଦକ ମୁରଲୀଧର ମହାପାତ୍ର, ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ, କୋଷାଧ୍ୟକ୍ଷ ବିଶ୍ୱନାଥ ସାହୁ, ଉମାକାନ୍ତ ପାତ୍ର, କୈଳାଶ ପାଢ଼ୀ,ବାବୁଲି ପାତ୍ର,ପ୍ରକାଶ ଚନ୍ଦ୍ର ସାହୁ, ଚନ୍ଦ୍ରମଣି ପଣ୍ଡା, ଅରୁଣ କୁମାର ପଟ୍ଟନାୟକ, ରାମଚନ୍ଦ୍ର ସାହୁ,ବିଭୁତି ମଲ୍ଲିକ,ମଧୁସ୍ମିତାବେହେରା ,ଜୋତ୍ସ୍ନାରାଣୀ କହଁର, ସ୍ନେହଲତା ଲେଙ୍କା, ସରସ୍ବତୀ ନାୟକ, ଜ୍ୟୋତ୍ସ୍ନା ରାଣୀ ପାତ୍ର, କେତକୀ ନାୟକ, ଯଶୋଦା ପାତ୍ର, ସୁନେଲି ନାୟକ ପ୍ରମୁଖ ବ୍ୟବସ୍ଥା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.