ଐତିହାସିକ ସଫଳତା : ଖଜୁରୀ ଗୁଡ଼କୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା

ଆର, ଉଦୟଗିରି : ଗଜପତି ଜିଲ୍ଲା ଆର,.ଉଦୟଗିରି ବ୍ଲକ ଅନ୍ତର୍ଗତ ଲୁବୁରିସିଂ ଗ୍ରାମ ଅଞ୍ଚଳକୁ ଏକ ଭୌଗଳିକ ସଂକେତ ମିଳିଥିବା ଦେଖିବାକୁ ମିଳିଛି। ଯାହାକି ଏହି ଅଞ୍ଚଳର ବାସିନ୍ଦାଙ୍କ ନିମନ୍ତେ ଏକ ଅଦ୍ଭୁତପୂର୍ବ ସଫଳତା ପାଇଛନ୍ତି। ଗଜପତି ଜିଲ୍ଲାରେ ଆର, ଉଦୟଗିରି ବ୍ଲକ ଅଞ୍ଚଳରେ ଖଜୁରୀ ରେ ତିଆରି ହେଉଥିବା ଗୁଡ଼କୁ ମିଳିଛି ଜିଆଇ ଟ୍ୟାଗ୍ ର ମାନ୍ୟତା । ଏହି ଭଳିଆ ପଦାର୍ଥ ଓଡିଶାର ୭ଟି ଜିନିଷକୁ ଏହି ପରି ଟ୍ୟାଗ ମିଳିଥିବା ବେଳେ ସେଥିମଧ୍ୟରୁ ଗଜପତି ଜିଲ୍ଲା ଆର,ୟଗିରି ବ୍ଲକ ର ଖଜୁରୀଗୁଡ଼ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଯାହା ଫଳରେ ଗଜପତି ଜିଲ୍ଲାର ଗୁଡ଼ଚାଷୀଙ୍କ ଦୀର୍ଘ ଦିନର ଦାବି ଆଶା ଆଶଙ୍କା ପୂରଣ ହୋଇଛି । ଗଜପତି ଭଳି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକ ମାନେ ପୂର୍ବରୁ ଖଜୁରୀ ରସକୁ ତାଡି ପ୍ରସ୍ତୁତ କରି ମଦ ଭାବେ ବ୍ୟବହାର କରୁଥିଲେ ଓ ମାତାଲ ଅବସ୍ଥାରେ ରହି ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ରୋଗାଗ୍ରସ୍ତ ହେଉଥିଲେ । କିନ୍ତୁ ୧୯୫୯ ମସିହାରେ କ୍ଷୁଦ୍ର ଚାଷୀଙ୍କ ପାଇଁ ସରକାର ଗଜପତି ଜିଲାର ଆର .ଉଦୟଗିରି ବ୍ଲକ ଲୁବୁରିସିଂ ଠାରେ ତାଳଗୁଡ ପ୍ରକଳ୍ପ ନାମରେ ଏକ ପ୍ରକଳ୍ପ ନିର୍ମ।ଣ କରିଥିଲେ । ପ୍ରକଳ୍ପ ନିର୍ମ।ଣ ହେବାପରେ ଧୀରେ ଧୀରେ ଖଜୁରୀ ରସକୁ ମଦ ଭାବେ ବ୍ୟବହାର ନକରି ସେହି ରସରୁ ବର୍ତମାନ ତାଳଗୁଡ ପ୍ରସ୍ତୁତି କରି ରୋଜଗାର ପାଇପାରୁଛନ୍ତି । ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୧୨ଶହରୁ ଅଧିକ ଚାଷୀ ଲାଭବାନ ହୋଇ ପାରୁଛନ୍ତି । ଏଥିରୁ ପ୍ରତିବର୍ଷ ପ୍ରାୟ ୬ ଶହ କ୍ବିଣ୍ଟାଲ ଗୁଡ ପ୍ରସ୍ତୁତ ହୋଇଥାଏ । ପ୍ରଥମେ ଆମେ ଏହି ଖଜୁରି ତାଡିକୁ ବାହାର କରି ପିଉଥିଲୁ । ଏହି ତାଡି ପିଇ ମାତାଲ ଅବସ୍ଥାରେ ଏଠି ସେଠି ପଡି ରହୁଥିଲୁ । ଘର ଏବଂ ବାହାର ଲୋକେ ସମସ୍ତେ ଆମକୁ ଖରାପ ଭାବୁଥିଲେ । ଏହି ତାଳଗୁଡ ପ୍ରକଳ୍ପ ହେବା ପରେ ସେହି ତାଡିକୁ ନପିଇ ଆମେ ସେହି ତାଡିରୁ ଗୁଡ଼ ପ୍ରସ୍ତୁତ କରୁଛନ୍ତି। ଏହି ପ୍ରକଳ୍ପ ହେବା ପରେ ଆମକୁ ୧ ମାସ ଧରି କିପରି ଗୁଡ଼ ପ୍ରସ୍ତୁତ ହେବ ତାହା ଉପରେ ତାଲିମ ଦିଆଯାଇଥିଲା । ଏହି ପ୍ରକଳ୍ପ ଆମକୁ ସମସ୍ତ ପ୍ରକାର ପ୍ରସ୍ତୁତି ଉପକରଣ ମଧ୍ୟ ପ୍ରଦାନ କରିଛି । ଯାହା ସାହାଯ୍ୟରେ ଆମେ ଗୁଡ଼ ପ୍ରସ୍ତୁତ କରୁଛୁ ”, ବୋଲି ଗୁଡ଼ ପ୍ରସ୍ତୁତକାରୀମାନେ କହିଛନ୍ତି”


“ଟ୍ୟାଗଆଦିବାସୀମାନେ ସନ୍ଧ୍ୟା ସମୟରେ ଖଜୁରୀ ଗଛର ଶିଖରରେ ଗୋଟିଏ ଅଂଶକୁ କାଟି ଏକ ହାଣ୍ଡି ଲଗାଇଥାନ୍ତି । ଭୋର୍ ସକାଳୁ ସେହି ହାଣ୍ଡିରେ ଭରି ହାଇଥିବା ଖଜୁରୀ ରସକୁ ଓହ୍ଲାଇବା ସହ ସଂଗୃହୀତ ହେଇଥିବା ଖଜୁରୀ ରସକୁ ଜୈବିକ ପ୍ରଣାଳୀରେ ୩ ପ୍ରକାର ଗୁଡ଼ ତିଆରି କରାଯାଇଥାଏ ବୋଲି ଗୁଡ଼ ଚାଷୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି. ଏହାଦ୍ବାରା ପ୍ରସ୍ତୁତକାରୀମାନେ ପ୍ରତିଦିନ ହଜାରେରୁ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି । ଖଜୁରୀ ଗୁଡକୁ ଚାଷୀ କିଲୋ ଶହେ ଟଙ୍କାରେ ତାଳଗୁଡ ସମବାୟ ସମିତିରେ ବିକ୍ରି କରୁଥିବା ବେଳେ ଏହାର ବଜାର ଦର ୨ଶହ ଟଙ୍କା ରହିଛି । ଏହି ଖଜୁରୀ ରସରୁ ପାଣି ଗୁଡ, ପାଉଡର ଗୁଡ ଓ ଚେକା ଗୁଡ ନିର୍ମ।ଣ କରାଯାଇଥାଏ । ଏହାର ରଙ୍ଗ ଦେଖିବାକୁ କଳା ଧୂସର ଯାହାକି ଏହାର ସ୍ବାଦ ନିଆରା ଓ ସ୍ବାଦିଷ୍ଟ ହୋଇଥାଏ ।” “ଏହି ଗୁଡ କେନ୍ଦ୍ର ସରକାରୀ ପରୀକ୍ଷାଗାରରେ ପରୀକ୍ଷିତ ହୋଇଛି ଯେଉଁଥିରେ ଲୌହ ଏବଂ ଭିଟାମିନ ପ୍ରଚୁର ପରିମାଣରେ ଥିବା ସହିତ ଔଷଧୀୟ ଗୁଣ ମଧ୍ୟ ରହିଛି । ଯାହା ଫଳରେ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ପକ୍ଷରୁ ଏହାକୁ କୁଟୀର ଶିଳ୍ପର ମାନ୍ୟତା ଦିଆଯାଇଛି । ହଜାର ହଜାର ଆଦିବାସୀଙ୍କୁ ସ୍ବାବଲମ୍ବୀ କରାଯାଇଛି ଏହି ସ୍ବାଦିଷ୍ଟ ଖଜୁରୀ ଗୁଡ଼ । ଜିଆଇ ଟ୍ୟାଗ ମିଳିବା ପରେ ଏହାର ଚାହିଦା ଦେଶ ବିଦେଶରେ ଆହୁରି ବୃଦ୍ଧି ହେବା ସହ ଅନେକ ବେରୋଜଗାରଙ୍କୁ ରୋଜଗାରକ୍ଷମ କରାଇବ ବୋଲି ବୁଦ୍ଧିଜୀବୀ ମହଲ ଆଶା ପ୍ରକଟ କରାଯାଇଛି।

nis-ad
Leave A Reply

Your email address will not be published.