ଆମ ଓଡିଶା ଓ ନବୀନ ଓଡିଶା ଯୋଜନାରେ ସରପଞ୍ଚଙ୍କୁ ସାମିଲ କରାଯାଇଥିବା ଯୋଗୁଁ ପାଇଁ ସରପଞ୍ଚ ରାଜ୍ୟ ସଂଗଠନର ସ୍ୱାଗତ

ଆର,ଉଦୟଗିରି : ଆମ ଓଡ଼ିଶା ନବୀନ ଓଡ଼ିଶାକୁ ନେଇ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ ସାମ୍ନାକୁ ଆସିଛି । ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉ ବୋଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି । ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି । କିନ୍ତୁ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ଏହା ଠାରୁ ଦୂରେଇ ରଖି ସରକାର ବିଡିଓ ମାନଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରାଉଥିଲେ । ଯାହା ଫଳରେ ସାରା ଓଡିଶାର ସରପଞ୍ଚ୍ ମାନେ ଏକାଠି ହୋଇ ଏହାର ପ୍ରତିବାଦ କରିବା ସହିତ ରାଜରାସ୍ତାକୁ ଓଲ୍ଲେଇଥିଲେ। ଏପରିକି ଏହି ଯୋଜନାରେ ସରପଞ୍ଚ୍ ମାନଙ୍କୁ ସାମିଲ କରିବାକୁ ନେଇ ହାଇକୋର୍ଟରେ ସରପଞ୍ଚ ଓ ଜନପ୍ରତିନିଧି ମାନେ ଆବେଦନ କରିଥିଲେ । ଆବେଦନ ସପକ୍ଷରେ ଯାଇ ହାଇକୋର୍ଟ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କୁ ସାମିଲ କରିବା ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ରାୟ ଆଜି ପ୍ରକାଶ ପାଇଛି।ମାନ୍ୟବାର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କୁ ରାଷ୍ଟ୍ରିୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ସ୍ୱାଗତ କରିବା ସହିତ ମାନ୍ୟବର ହାଇକୋର୍ଟଙ୍କ ରାୟ ସରପଞ୍ଚ୍ ଓ ଜନ ପ୍ରତିନିଧି ମାନଙ୍କ ଅସଲ ବିଜୟ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ କହିଛନ୍ତି।

nis-ad
Leave A Reply

Your email address will not be published.