ଆନ୍ତଃଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ : ରାଜା ବାସୁଦେବ ହାଇସ୍କୁଲ ଚମ୍ପିୟାନ

ଦେବଗଡ଼ ୧୧/୨ : ଦେବଗଡ଼ ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ଆନ୍ତଃ ଜିଲ୍ଲା ସ୍କୁଲ ଟୁର୍ଣ୍ଣାମେଂଟ ର ଆଜିକାର ଫାଇନାଲ ମ୍ୟାଚରେ କେନ୍ଦ୍ରୀୟ ବିଦ୍ୟାଳୟ ଦେବଗଡ଼ କୁ ୨୬ ରନ୍ ରେ ପରାସ୍ତ କରି ରାଜା ବାସୁଦେବ ହାଇସ୍କୁଲ ଦେବଗଡ଼ ଚମ୍ପିୟାନ ହୋଇଛି । ରାଜା ବାସୁଦେବ ହାଇସ୍କୁଲ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୫ ଓଭର ରେ ୮ଟି ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ମହେଶ୍ୱର ସ୍ୱାଇଁ ୯୦ , ବାଦଲ ଉର୍ମାକୁରି ୨୬ ଓ ସୌମ୍ୟ ରଞ୍ଜନ ପାତ୍ର ୧୯ ରନ କରିଥିବା ବେଳେ କେନ୍ଦ୍ରୀୟ ଦଳର ଶୁଭମ୍ ଦାସ୍ ୪ ଓ ପ୍ରୀୟମ୍ ଦେହୁରୀ ୩ଟି ଉଇକେଟ ନେଇଥିଲେ। ଏହାର ଜବାବରେ କେନ୍ଦ୍ରୀୟ ଦଳ ୩୧.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୭୯ ରନ କରି ପରାଜୟ ହୋଇଥିଲା । ଦଳ ପକ୍ଷରୁ ଶୁଭମ୍ ଦାସ୍ ୩୬, ପ୍ରଭାସ ସାହୁ ୩୦ ଓ ଓମ୍ ପ୍ରଭାସ ପ୍ରଧାନ ୨୮ ରନ କରିଥିବା ବେଳେ ଆର୍. ବି. ଡି. ଦଳର ନିଲମ୍ ଦେବ୍ ଓ ମହେଶ୍ୱର ସ୍ୱାଇଁ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଆଜିର ମ୍ୟାଚ କୁ ଅମ୍ପାୟାର ନବୀନ ରାଉଳ ଓ ରାଜା ରାଣା ସ୍କୋରର ଭାବେ ସୌମ୍ୟ ରଞ୍ଜନ ନାୟକ , ରିତିକ ଦେହୁରୀ ଏବଂ ବେଣୁଧର ଗଡ଼ନାୟକ ଧାରବିବରଣୀ ଦେଇଥିଲେ । ଆଜିକାର ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ରାଜା ବାସୁଦେବ ହାଇସ୍କୁଲ ର ମହେନ୍ଦ୍ର ସ୍ବାଇଁ , ଶ୍ରେଷ୍ଠ ବୋଲର ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ର ଶୁଭମ ଦାସ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଟୁର୍ଣ୍ଣାମେଂଟ ର ଶ୍ରେଷ୍ଠ ଖେଳାଳି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ର ପ୍ରଭାସ ସାହୁ ଙ୍କୁ ପୁରସ୍କୃତ କରାଯାଇ ଥିଲା । ଏହି ଅବସରରେ କ୍ରିକେଟ ସଙ୍ଘ ସମ୍ପାଦକ ସୁଜିତ କୁମାର ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ କ୍ରିକେଟ ଖେଳାଳି ପ୍ରମୋଦ କୁମାର ମିଶ୍ର , ପ୍ରଦୀପ ମହାପାତ୍ର , କୈଳାସ ମୋଦି , ପ୍ରଭାସ ମିଶ୍ର , ମନୋଜ କୁମାର ଶତପଥୀ ଓ ରାଜା ବାସୁଦେବ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ସଦସ୍ୟ ସତ୍ୟ ନାରାୟଣ ପାଣି , ଅଭୟ ନନ୍ଦ , ଚିତ୍ତ ରଂଜନ ଦାସ , ମୋତିଲାଲ ଶର୍ମା, ରାଘବ ମହାରଣା, କ୍ଷୀରୋଦ ବେହେରା , ସୁବାସ ପୃଷ୍ଟି, ପ୍ରଦ୍ୟୁମ୍ନ ଭୁକ୍ତା , ସନ୍ତୋଷ ଦେବତା ପ୍ରମୁଖ ଙ୍କ ସକ୍ରିୟ ସହଯୋଗ ରେ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା।

nis-ad
Leave A Reply

Your email address will not be published.