ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ କଲେଜ ନିକଟ ୨୧ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ଅବସ୍ଥିତ ପଦ୍ମଶ୍ରୀ ରାଧାମୋହନ ଙ୍କ ନାମରେ ନାମିତ ଆମ୍ବ ବଗିଚା କୁ କେନ୍ଦ୍ରୀୟ ଜଙ୍ଗଲ ପରିବେଶ ବିଭାଗ ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଙ୍କ ଉଦ୍ୟମ ବଳରେ ଓଡ଼ଗାଁ ଉପକଣ୍ଠ ରେ ଏଭଳି ଏକ ଆମ୍ବ ତୋଟା ନିର୍ମାଣକୁ ଖୁବ୍ ପ୍ରଶଂସା କରିଥିଲେ । କେନ୍ଦ୍ରୀୟ ଚିଫ କଞ୍ଜର ଭେଟର ଙ୍କ ନେତୃତ୍ବରେ ଆସିଥିବା ପ୍ରତିନିଧି ମାନେ ଆମ୍ବ ବଗିଚା ବୁଲି ଦେଖିବା ସହିତ ତାର ରକ୍ଷଣା ବେକ୍ଷଣ ଦାୟିତ୍ଵ ବନ ବିଭାଗ ଦ୍ବାରା ପରିଚାଳିତ ହେଉଛି ବୋଲି ଜାଣିବାକୁ ପାଇଥିଲେ । ଏହି ଆମ୍ବ ବଗିଚା କୁ ଓଡ଼ଗାଁ ଏନ୍ଏସି କୁ ହସ୍ତାନ୍ତର କରାଯିବ ବୋଲି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ସୂଚନା ଦେଇଥିଲେ । ମାତ୍ର ଏହାର ଦାୟିତ୍ଵ କୌଣସି ସ୍ଵୟଂ ସହାୟକ ଗୋଷ୍ଠୀ କୁ ହସ୍ତାନ୍ତର ଲାଗି କେନ୍ଦ୍ରୀୟ ଟିମ୍ ର ସଦସ୍ୟ ମାନେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବାନାଞ୍ଚଳ ଅଧିକାରୀ ନିଖିଲେଶ ମଲ୍ଲିକ , ବାନପାଳ ସରିତା ବରାଳ, ଫରେଷ୍ଟ ଗାର୍ଡ ସୌମ୍ୟ ରଞ୍ଜନ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.