ବଡ଼ଖବର ପ୍ରତିନିଧିଙ୍କ ଉପରେ ଦୁର୍ଵୃତଙ୍କ ଆକ୍ରମଣକୁ ରାଜ୍ୟ ସାମ୍ବାଦିକ ସଂଘ (ଏସ୍‌ୟୁଜେ) ଶାଖା ରାଜନଗର ବ୍ଲକ ତରଫରୁ ଦୃଢନିନ୍ଦା ସହ ଗିରଫ ଦାବୀ

ରାଜନଗର : ସରକାର ବ୍ୟବସ୍ଥା କଲେ ନାହିଁ ସାମ୍ବାଦିକ ସୁରକ୍ଷା ଆଇନ। ଘଡିକି ଘଡି ସାମ୍ବାଦିକଙ୍କ କଣ୍ଠରୋଧ କରିବାକୁ ପରୋକ୍ଷରେ ଦୁର୍ବୁତ୍ତମାନେ ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରିଚାଲିଛନ୍ତି। ଏହା ଦେଖି ସରକାର ମୌନଵ୍ରତ ପାଲଟୁ ଥିବା ବେଳେ କିଛି ନିରଵତା ପରେ ପୋଲିସ ଗୁରୁତ୍ବ ଵିହିନ ପଦକ୍ଷେପ ନେଉଛି। କେଉଁଠି ସାମ୍ବାଦିକ ନିରାପଦରେ ସମ୍ବାଦ ସଂଗ୍ରହ କରିବା ବିପଦ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଭୂଵନେଶ୍ଵରର ବଡଖବର ଟିଭି ପ୍ରତିନିଧି ଜ୍ୟୋତିରଞ୍ଜନ ମହାପାତ୍ର ଗତକାଲି ରାତିରେ ସ୍କୁଟିରେ ଘରକୁ ଫେରୁଥିବା ସମୟରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଦୁର୍ବୁତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏହା ଏକ ଅଗଣତାନ୍ତ୍ରିକ ଆକ୍ରମଣ ,ତେଣୁ ସବୁସ୍ତରରେ ସାମ୍ବାଦିକ ଭାଇମାନେ ସ୍ବର ଉଠାଇ ଦୁର୍ଵୁତ ମାନଙ୍କ ଉପରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏଵଂ ସାମ୍ବାଦିକ ସୁରକ୍ଷା ବ୍ୟବସ୍ଥା କରାଯାଉ। ସାମ୍ଵାଦିକ ଜ୍ୟୋତି ଭାଇଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଦୁର୍ଵୁତଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ସାମ୍ବାଦିକ ସଂଘ ଶାଖା ରାଜନଗର ବ୍ଲକ ( Suj) ସଂଘ ପକ୍ଷରୁ ବ୍ଲକ କୋଅଡିନେଟର ଶ୍ରୀ ସୁକାନ୍ତ କୁମାର ବେହେରା, ଉପଦେଷ୍ଟା ଶ୍ରୀ ବସନ୍ତ କୁମାର ହାତୀ, ଅଲେଖ ପରିଡା, ଅଜୟ କୁମାର ପାତ୍ର, ନିରଞ୍ଜନ ରାଉତ,ଅଭିରାମ ଦାସ, ରାଜେନ୍ଦ୍ର ପଢିଆରୀ, ଲିଟନ ସେଠୀ, ଜଗନ୍ନାଥ ଵିଶ୍ବାଳ , ମୋହନ ମାହୁନ୍ତ, ଵିନୋଦ କୁମାର ସାହୁ, ସନ୍ତୋଷ କୁମାର ଲେଙ୍କା, ପ୍ରମୁଖ ଦାଵୀକରିଛନ୍ତି।

nis-ad
Leave A Reply

Your email address will not be published.