ଫେବୃଆରୀ ୧୬ରୁ ଓଡ଼ଗାଁ ରେ ଲକ୍ଷ୍ମୀବସ ସେବା…

ଓଡଗାଁ : ଚଳିତ ମାସ ୧୬ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୟାଗଡ଼ ଜିଲ୍ଲାରେ ଲକ୍ଷ୍ମୀବସ ସେବାକୁ ଅଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ତେଣୁ ଆସନ୍ତା ୧୬ତାରିଖରୁ ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ସହିତ ଓଡ଼ଗାଁ ବ୍ଲକ ରେ ଚାଲିବ ଲକ୍ଷ୍ମୀବସ ସେବା । ଗ୍ରାମାଞ୍ଚଳର ଲୋକମାନେ ରିହାତି ଦରରେ ଜିଲ୍ଲା ସଦରମହକୁମା ସହିତ ଯୋଗାଯୋଗ କରିବା ଲକ୍ଷ୍ମୀବସର ପ୍ରମୁଖ ଉଦ୍ଦେଶ୍ୟ । ସ୍ୱଳ୍ପମୂଲ୍ୟରେ ଗମନାଗମନ ଯୋଗୁଁ ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବା ସହିତ କଲେଜ ପିଲା, ମିଶନ ଶକ୍ତି ମହିଳା ତଥା ଅଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ସୁବିଧା ରେ ଲକ୍ଷ୍ମୀ ବସ ରେ ଯାତାୟାତ କରିପାରିବେ ।

nis-ad
Leave A Reply

Your email address will not be published.