ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ କୁକୁଡ଼ା ଚାଷ ପ୍ରଭାବିତ : ସମାଧାନ ଲାଗି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ବିଭିନ୍ନ ଦାବି ନେଇ ଦୀର୍ଘ ଦିନ ଧରି ପ୍ରାଣୀ ଚିକିତ୍ସକ ମାନେ ଧାରଣା କୁ ଓହ୍ଲାଇଛନ୍ତି l ଫଳରେ ପଶୁ ସମ୍ପଦ ଙ୍କ ଚିକିତ୍ସା କରାଯାଇପାରୁନାହିଁ l ଯାହା ଫଳରେ କୁକୁଡ଼ା ମାନଙ୍କ ଖାଦ୍ୟ ଯୋଗାଣ ସଂସ୍ଥା, ଟୀକା ଓ ଔଷଧ ସଂସ୍ଥା, ପରିବହନ ଓ ରିଟେଲ ବ୍ୟବସାୟ ପ୍ରଭାବିତ ହେଉଛି l ଏଣୁ ଏହାର ସମାଧାନ ଲାଗି ଗଞ୍ଜାମ ଜିଲ୍ଲା କୁକୁଡ଼ା ଚାଷୀ ସଂଘ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି l ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କୁକୁଡ଼ା ଚାଷୀ ସଂଘ ର ଉପ ସଭାପତି ବିଜୟ ଚନ୍ଦ୍ର ଗୌଡ଼, ସମ୍ପାଦକ ଶେଖ ଅବଦୁଲ ତାଜ, କୋଷାଧ୍ୟକ୍ଷ ବାବୁଲି ନାହାକ, ଚାଷୀ ତ୍ରିନାଥ ରେଡ୍ଡୀ ଙ୍କ ସମେତ ବହୁ କୁକୁଡ଼ା ଚାଷୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.