କାର, ବାଇକ ସହ ଦୁଇ ଗିରଫ

ଆର, ଉଦୟଗିରି : ଗଜପତି ଏସ ପି ଏସ ସ୍ଵାତି କୁମାର ଙ୍କ ନିର୍ଦ୍ଦେଶକ୍ରମେ ମୋହନା ଥାନା ପକ୍ଷରୁ କମଳା ପୁର ଗେଟରେ ତାଲାସ କରାଯାଉଥିଲା | ବିରିକୋଟ ପଟୁ ବ୍ରହ୍ମପୁର ଅଭିମୁଖେ ଏକ ପୋଲସର ବାଇକ ଯାହାର ନଂ (OD20C0402) କୁ ମୋହନା ପୋଲିସ ଅଟକାଇଥିଲା | ତାହାର କିଛିକ୍ଷଣ ମଧ୍ୟରେ ଅନ୍ୟ ଏକ କାର ଯାହାର ନମ୍ବର (OD07H4377) କୁ ପୋଲିସ ଯାଞ୍ଚ କରିଥିଲା ଗଞ୍ଜେଇ ଭରା ବସ୍ତା ଦେଖିବାକୁ ପାଇଥିଲା |ଯାହାର ଓଜନ ର ପରିମାଣ 30 kg ହୋଇଥିଲା |ଏହି ସମ୍ପର୍କରେ କେସ ନମ୍ବର 31/24 ରେ ମାମଲା ରୁଜ୍ଜୁ କରି କାର, ବାଇକ, ଗଞ୍ଜେଇ କୁ ଜବତ କରି ଅମର ମାଝୀ ଓ ଜିକରୀୟ ପାଣି କୁ ଗିରଫ କରି ଜେଲ ପଠାଇଥିବା ମୋହନା ଥାନା ପକ୍ଷରୁ ସୂଚନା ମିଳିଛି | ପ୍ରକାଶ ଥାଉକି ଏହି ଯାଞ୍ଚ ଅଧିକରୁ ଅଧିକ ଚାଲୁ ରହିବ ବୋଲି ମୋହନା ଥାନା ଅଧିକାରୀ କହିଛନ୍ତି ।

nis-ad
Leave A Reply

Your email address will not be published.