ରାହୁଲଙ୍କ ଗସ୍ତ, କଂଗ୍ରେସ ଶିବିରରେ ଉତ୍ସାହ, କଡାକଡି ସୁରକ୍ଷା ବ୍ୟବସ୍ଥା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ବୀରମିତ୍ରପୁର ଗସ୍ତକୁ ନେଇ କଂଗ୍ରେସ ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି | ଏ ନେଇ ଦଳ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ! ଆଜି ଏ ନେଇ ବୀରମିତ୍ରପୁର ଥାନା ପରିସରରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଯାଇଛି | ଉକ୍ତ ବୈଠକରେ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅତିରିକ୍ତ ଏସପି ପ୍ରଶାନ୍ତ କୁମାର ଦାସ ଙ୍କ ନେତୃତ୍ବରେ ଏସଡିପିଓ ସୁଶାନ୍ତ କୁମାର ଦାଶ, ଥାନା ଅଧିକାରୀ ଆଶିଷ କୁମାର ଜେନା,ମେଡିକାଲ ଟିମ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଓ କେନ୍ଦ୍ରରୁ ଆସିଥିବା ସୁରକ୍ଷା ଅଧିକାରୀ ମାନଙ୍କ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା | ସୁନ୍ଦରଗଡ଼ ଏସପି ପ୍ରତ୍ୟୁଷ ଦିବାକର ଓ ଅନ୍ୟାନ୍ୟ ସମସ୍ତ ଅଧିକାରୀ ବୀରମିତ୍ରପୁର ବୋର୍ଡର ଓ ରାମପାଲ ଉଭୟ ସ୍ଥାନକୁ ଯାଇ ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ | ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଚାରକ କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ବୀରମିତ୍ରପୁର ଆସି ସମସ୍ତ ସ୍ଥାନ ପୁନର୍ବାର ତଦାରଖ କରିବା ଓ ଦଳୀୟ କର୍ମୀ ଙ୍କ ସହ ଆଲୋଚନା କରିଥିଲେ ! ବରିଷ୍ଟ ନେତା ସୁଶିଲ କିଣ୍ଡୋ, ପିସିସି ସାଧାରଣ ସମ୍ପାଦକ ବିଦୂ ଭୂଷଣ ତ୍ରିପାଠୀ,ଟାଉନ ସଭାପତି ସାଜିଦ ଅହମ୍ମଦ, ରାଉରକେଲା ଜିଲ୍ଲା ଉପସଭାପତି ଉମେଶ ଶଙ୍କରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଟ ନେତା ମାନେ ଯୋଗ ଦେଇଥିଲେ |

nis-ad
Leave A Reply

Your email address will not be published.