ଜମିଜମାକୁ କେନ୍ଦ୍ରକରି ହତ୍ୟାକାଣ୍ଡ…. ବଡଭାଇ ଓ ପୁତୁରାର ଟାଙ୍ଗିଆ ଚୋଟରେ ସାନଭାଇ ମୃତ୍ୟୁ

ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ପଞ୍ଚାୟତର କଇଠା ଗାଁ ମଳାଶିଙ୍ଗl ଓଡିଆରପି କଲୋନୀରେ ଜମିଜମା କୁ କେନ୍ଦ୍ରକରି ବଡ଼ଭାଇ ଓ ପୁତୁରାର ଟାଙ୍ଗିଆ ଆକ୍ରମଣରେ ସାନଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତ ସାନଭାଇ ହେଲେ ଭୀମ ବେହେରା (୫୫)ବର୍ଷ ବୋଲି ପୋଲିସ ସୂଚନା ଦେଇଛି l ପୋଲିସ ସୂଚନା ଅନୁଯାଇ,କଇଠା ଓଡିଆରପି କଲୋନୀରେ ସୁରେନ୍ଦ୍ର ବେହେରା ଓ ସାନଭାଇ ମୃତ ଭୀମ ବେହେରା ପରିବାର ସହ କିଛି ବର୍ଷ ହେଲା ରହି ଆସୁଥିବା ବେଳେ କିଆବାଡ଼ ଜମିକୁ ନେଇ ଦୁଇ ଭାଇ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା l ଏ ନେଇ ଗ୍ରାମରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତରେ ମଧ୍ୟ ସମାଧାନ ପାଇଁ ବହୁବାର ସଭା କରାଯାଇ ଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା l ରବିବାର ଦିନ ଅପରାହ୍ନ ସାଢେ ୩ଟା ବେଳେ ଭୀମ ସୁରେନ୍ଦ୍ରଙ୍କ ଘରେ ପହଂଚି କିଆବାଡ଼ ଜମିକୁ ନେଇ ବଡ଼ ଭାଇ ସୁରେନ୍ଦ୍ରକୁ ଗାଳି ଗୁଲଜ କରିଥିଲେ ଏଥିରେ ଉତକ୍ଷିପ୍ତ ହୋଇ ବଡଭାଇ ସୁରେନ୍ଦ୍ର ଓ ତାଙ୍କ ପୁଅ ମୋହନ ଘରେ ଥିବା ଟାଙ୍ଗିଆ ଓ କିଆକାତି ଦ୍ଵାରା ଭୀମ ମୁଣ୍ଡକୁ ଆକ୍ରମଣ କରିଥିଲେ l ଭୀମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଘଟଣା ସ୍ଥଳରେ ଭୀମଙ୍କ ମୃତ୍ୟୁ ଘଟିଥିଲା l ଖବର ପାଇ ଘଟଣା ସ୍ଥଳରେ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ପହଞ୍ଚି ତଦନ୍ତ କରି ଅଭିଯୁକ୍ତ ଦ୍ୱୟଙ୍କୁ ଅଟକ ରଖି ପଚରାଉଚରା କରିଛି। ପୁଲିସ ଘଟଣା ସ୍ଥଳରୁ କିଆକାତି, ଟାଙ୍ଗିଆ ଜବତ କରି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ ଭୀମର ପରିବାରକୁ ଲୋକଙ୍କୁ ଗାଁରୁ ଆଣି ପଚରା ଉଚରା କରି ଏକ ହତ୍ୟା ମାମଲା ରୁଜୁ କରିଛି।

nis-ad
Leave A Reply

Your email address will not be published.