ଶିଶୁ ସୁରକ୍ଷା ପ୍ରତି ବେଫିକର ନୟାଗଡ଼ ବ୍ଲକ ପ୍ରଶାସନ…


ନୟାଗଡ : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ସୁଅଂସହିରେ ୨୦୧୨ ମସିହା ଜୁଲାଇ ୯ ତାରିଖରେ ଅଙ୍ଗନବାଡ଼ି କାନ୍ଥ ଭୁଶୁଡ଼ି ୭ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ସମୟ ରେ ମଧ୍ୟ ଜିଲ୍ଲା ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନ ଶିଶୁ ସୁରକ୍ଷା ପ୍ରତି ବେଫିକର୍ ମାନବୃତ୍ତି ଚିନ୍ତାର କାରଣ ହୋଇଛି। ନୟାଗଡ଼ ଜିଲ୍ଲାରେ ଶତାଧିକ ଅଙ୍ଗନବାଡ଼ିଗୃହ ନିର୍ମାଣ କାମ ଅଧାପନ୍ତରିଆ ଥିବା ବେଳେ ନୟାଗଡ଼ ବ୍ଲକ ରେ ୩୭ ଟି ଅଙ୍ଗନବାଡ଼ିଗୃହ ନିର୍ମାଣ ଅଧାପନ୍ତରିଆ ରହିଛି । ବ୍ଲକ ପ୍ରଶାସନ ର ମନମୁଖୀ ନୀତି ଯୋଗୁଁ ଦୀର୍ଘ ଦିନଧରି କାମ ଚାଲୁଥିଲେ ମଧ୍ୟ ଏହି ଅଙ୍ଗନବାଡ଼ିଗୃହ କାର୍ଯ୍ୟ ସରିପାରୁନାହିଁ । ନୟାଗଡ଼ ବ୍ଲକ ଅଧୀନରେ ଚାଲିଥିବା ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଯନ୍ତ୍ରୀ ମାନେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଆଗୁଆ ବିଲ ଉଠାଣ କରି କାମ କରୁଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ରେ କରାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କୁ ଗୁରୁତ୍ଵ ଦେଉନାହାନ୍ତି । ଫଳରେ ନୟାଗଡ଼ ବ୍ଲକ ୨୪ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଅନୁମୋଦନ ପାଇଥିଲେ ବି ତାହା ଆରମ୍ଭ ହୋଇପାରିନାହିଁ ଏବଂ ପୂର୍ବରୁ ୩୭ଟି ଅଙ୍ଗନବାଡ଼ି କେନ୍ଦ୍ରର କାମ ଅଧାପନ୍ତରିଆ ହୋଇ ରହିଛି । ନୟାଗଡ଼ ବ୍ଲକ ବଡ଼ପଣ୍ଡୁସର ପଞ୍ଚାୟତରେ ୨ଟି, ଘଡୁଆଳ ପଞ୍ଚାୟତରେ ୧ଟି, ଇଟାମାଟି ପଞ୍ଚାୟତରେ ୪ଟି, ଜେମାଦେଇପୁର ପଞ୍ଚାୟତରେ ୧ଟି, କାଲିକା ପ୍ରସାଦ ୨ଟି, ଖୁଣ୍ଟୁବନ୍ଧ ୧ଟି, କ୍ରିଦାଶପୁର ୧ଟି, ନଟୁଗାଁ ୧ଟି, ଲାଥିପଡ଼ା ୧ଟି, ଲକ୍ଷ୍ମୀ ପ୍ରସାଦ ୧ଟି, ଲେଙ୍କୁଡ଼ିପଡ଼ା ୧ଟି, ନଡ଼ିଆଲି ପଞ୍ଚାୟତରେ୧ଟି, ନୋତର ୧ଟି, ସରଣକୁଳ ୧ଟି, ସରଧାପୁର ୧ଟି ଅନୁମୋଦନ ଅବସ୍ଥାରେ ରହିଛି । ସେହିପରି ବଡ଼ ପଣ୍ଡୁସର ୧ଟି, ବାଲୁଗାଁ ୩ଟି, ଭାଟସାହି ୨ଟି, ଚଂପତ୍ତି ପୁର ୨ଟି, ଚଣ୍ଡିବସ୍ତ ୨ଟି,ଗଦାଧର ପ୍ରସାଦ୧ଟି, ଘମ୍ଭାରିଡିହି ୨ଟି, ଘଡୁଆଳ ୧ଟି, ଇକିରି ୧ଟି, ଇଟାମାଟି ୧ଟି, ଜେମାଦେଇପୁର ପାଟଣା ୧ଟି, କାଲିକା ପ୍ରସାଦ ୨ଟି, କ୍ରିଦାଶପୁର ୫ଟି, ଲାଠି ପଡ଼ା ୪ଟି, ଲେଙ୍କୁଡ଼ିପଡା ୧ଟି, ମାଛିପଡ଼ା ୨ଟି, ମୁଥାଗାଡିଆ ୨ଟି, ନାଡ଼ିଆଲି ୧ଟି, ନୋତ୍ତର ୨ଟି, ସରଧାପୁର ପଞ୍ଚାୟତ ର ୧ଟି ଅଙ୍ଗନବାଡ଼ି କେନ୍ଦ୍ର ଅଧାପନ୍ତରିଆ ହୋଇ ରହିଛି। ବିଗତ ଦିନରେ ଅନୁଷ୍ଠିତ ଅନେକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟ ଶେଷ କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଥିଲେ ମଧ୍ୟ କାର୍ଯ୍ୟ ଗୁଡ଼ିକ ବର୍ତ୍ତମାନ ମଧ୍ୟ ସରି ପାରିନାହିଁ । ଗତବର୍ଷ ଅଧାପନ୍ତରିଆ ଅଙ୍ଗନବାଡ଼ି ଗୃହ ସଂଖ୍ୟା ୨୪ଥିବା ବେଳେ ଏ ବର୍ଷ ତାହା ୩୭କୁ ବୃଦ୍ଧି ପାଇଛି । ବ୍ଲକ ଅଧୀନରେ ହେଉଥିବା ଅନ୍ୟ କାର୍ଯ୍ୟ ହାତକୁ ନେଇ ମୁନାଫା ପାଉଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ କାହାର ଆନ୍ତାରିକତା ନ ଥିବା ପରି ମାନେ ହେଉଛି । ଏହାକୁ ତାଗିଦ୍ କରିବାକୁ ବ୍ଲକ ପ୍ରଶାସନ ଆଦୌ ସାହାସ ଜୁଟାଇ ପାରୁନାହିଁ । ଜିଲ୍ଲା ସଦର ମହକୁମା ନୟାଗଡ଼ ବ୍ଲକ ରେ ଟଣାଓଟରା ସ୍ଥିତି ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆମ ଓଡ଼ିଶା ନବୀନ ଓଡ଼ିଶାର ଲକ୍ଷ୍ୟ କିପରି ପୂରଣ ହେବ ତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

nis-ad
Leave A Reply

Your email address will not be published.