କିଶୋରୀ ସଚେତନତା ମେଳା ଅନୁଷ୍ଠିତ

ଆର ଉଦୟଗିରି : ମୋହନା, ଗଜପତି ଜ଼ିଲ୍ଲା ମୋହନା ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଶନିବାର କିଶୋରୀ ସଚେତନତା ମେଳା ଅନୁଷ୍ଠିତ ହୋଇଯାଇଛି l ଏନେଇ ମୋହନା ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ ଲଳିତା ମଲ୍ଲିକ ଙ୍କ ସଭାପତିତ୍ବ ରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସଭା ର ଆୟୋଜନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ମୋହନା ବ୍ଲକ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ କିଶୋରୀ ବାଳିକା ମାନେ ଯୋଗ ଦେଇ ପାରଳାଖେମୁଣ୍ଡି ରୁ ଆସିଥିବା ସ୍ୱତନ୍ତ୍ର ତାଲିମ୍ ଦାତା ଙ୍କ ଠାରୁ ଆତ୍ମ ସୁରକ୍ଷା ତାଲିମ୍ ଗ୍ରହଣ କରିଥିଲେ l ଏହା ସହ କିଶୋରୀ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ସମ୍ପର୍କ ରେ ବୈଠକ ରେ ଆଲୋଚନା କରାଯାଇଥିଲା l ପରେ ଏକ ସଚେତନତା ଶୋଭାଯାତ୍ରା ମୋହନା ସହର ପରିକ୍ରମା କରିବା ସହ ମୁଖ୍ୟ ବଜାର ରେ କିଶୋରୀ ମାନଙ୍କୁ ନେଇ ଏକ ବିରାଟ ମାନବ ଶୃଙ୍ଖଳ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ସେକ୍ଟରର ସୁପରଭାଇଜର, ଅଙ୍ଗନୱାଡି କର୍ମୀ ଏବଂ ଶତାଧିକ କିଶୋରୀ ବାଳିକା ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.