ଆମ ଓଡିଶା ନବୀନ ଓଡ଼ିଶାର ଅର୍ଥର ଡୋରି ପ୍ରଶାସନ ହାତରେ ନେତା ନାକେଦମ….!

ବ୍ରହ୍ମପୁର : ଏବେ ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଧୁମଧାମ ରେ ଚାଲିଛି। ପ୍ରତେକ ପଞ୍ଚାୟତ ରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଛି ହେଲେ ଏହାର ଡୋରି ପ୍ରଶାସନ ହାତରେ ରହିଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ଯ୍ୟକ୍ରମ ରେ ଗୋଦି ମିଡ଼ିଆ ମାଳ ମାଳ ହୋଇ କାର୍ଯ୍ୟକ୍ରମ ରେ ଯୋଗଦେଇ ପ୍ରଚାର ପ୍ରସାର ର ଦାୟିତ୍ୱ ନିଜେ ନେଇ ମାଲା ମାଲ ହେଉଥିବା ଦେଖିବାକୁ ମିଳୁଛି। ଆଗକୁ ନିର୍ବାଚନ ଥିବା ଯୋଗୁଁ ନେତା ମାନେ ନିଜର ଚୌକିକୁ ସୁରକ୍ଷିତ ରଖିବାକୁ ଇଚ୍ଛା ନଥାଇ କାର୍ଯ୍ୟକ୍ରମ କୁ ଯାଉଥିବା ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟକ୍ରମ ରେ ସଭା ସମିତି ରେ ଯୋଗ ଦେଇ ପୁଣି ଟିକେଟ ନେବାକୁ ନେତା ମାନେ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଏହି ଅର୍ଥ କୁ ଖର୍ଚ୍ଚର ଦାୟିତ୍ୱ ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ହାତରେ ନ୍ୟସ୍ତ ହୋଇଥିବା ଯୋଗୁଁ କୁଜି ନେତା ମାନେ ଆଗପଛ ହେଉଥିବା ଦେଖିବାକୁ ମିଳୁଛି। ଗଞ୍ଜାମ ଜିଲ୍ଲାର ଆସିକା, ଧରାକୋଟ, ଶେରଗଡ଼, ଅଞ୍ଚଳ ର ବ୍ଲକରେ ଅଧିକାରୀ ନିଜେ ଏହି ସବୁ କାର୍ଯ୍ୟକ୍ରମ ରେ ନିଜେ ଯୋଗ ଦେଇ ଆସିଥିବା ଟଙ୍କାକୁ ବାଟମାରଣା କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.