ଅଯୋଧ୍ୟାର ରାମଲାଲାଙ୍କ ମନ୍ଦିର ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ରାଜନଗର : ସମାଜରେ ସମସ୍ତେ ଜାଣିଥିବେ ଗତ ମାସ ତା 22.01.24 ରିଖ ଦିନ ବହୁ ପ୍ରତିକ୍ଷିତ ରାମଲାଲl ଙ୍କ ମନ୍ଦିର ଅଯୋଧ୍ୟା ରେ ଦୀର୍ଘ ଦିନର ପ୍ରତୀକ୍ଷା ର ଅନ୍ତ ଘଟାଇ ପ୍ରତିଷ୍ଠା ହୋଇଛି l ଏହି ବିଶ୍ଵ ପ୍ରସିଦ୍ଧ ମନ୍ଦିର ନିର୍ମାଣ ରେ ଦେଶ ର କୋଣ ଅନୁକୋଣ ରୁ ଅନେକ ପଥର ଶିଳ୍ପୀ ଦିନ ରାତି ଏକ କରି ଏହି ମନ୍ଦିର କୁ ସୁନ୍ଦର ଭାବେ ନିର୍ମାଣ କରିଛନ୍ତି l ସେମାନଙ୍କ ଭିତରୁ ପରିକ୍ଷିତ ଓଝା ଜଣେ । ସେ ଅନ୍ୟ ଜିଲ୍ଲା ର ସାଥି ମାନଙ୍କୁ ଏକାକାର କରି ଏହି କାମ କୁ ଅଗ୍ରସର କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଳା ଡେରାବିଶ ବ୍ଲକ ନୀଳକଣ୍ଠପୁର ଗ୍ରାମରେ ତାଙ୍କ ଘର । ସେ ଏକ ମାତ୍ର ପଥର ଶିଳ୍ପୀ ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ରୁ ରାମଲାଲl ଙ୍କ ମନ୍ଦିର ନିର୍ମାଣରେ ନିୟୋଜିତ ହୋଇଥିଲେ । ଯାହା ଥିଲା କେନ୍ଦ୍ରାପଡ଼ା ଜିଲ୍ଲା ର ଗୌରବ। ସେ କିଛି ଦିନ ପାଇଁ ନିଜ ଗାଁ କୁ କିଛି ଜରୁରୀ କାମ ରେ ଆସିଛନ୍ତି। ଏହି ଖବର ସାମାଜିକ ଗଣମାଧ୍ୟମ ରୁ ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଟ୍ରଷ୍ଟ ର କର୍ମ କର୍ତ୍ତା ମାନେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଫୁଲତୋଡ଼ା, ଉପଢୋକନ, ଟ୍ରଫି ଓ ଜଗନ୍ନାଥଙ୍କ ପlଟ ଡୋରି ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ସମ୍ବର୍ଦ୍ଧନା ତାଙ୍କୁ ଆଗକୁ ବଢ଼ିବାରେ ସହଯୋଗ ହେବ ବୋଲି ଶ୍ରୀଯୁକ୍ତ ପରିକ୍ଷିତ ଓଝା ମତବ୍ୟକ କରିଛନ୍ତି l ଏହି କାର୍ଯ୍ୟ କ୍ରମରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଉପସଭାପତି ରଶ୍ମି ରଞ୍ଜନ ବାରିକ, କ୍ଷୀରୋଦ ପ୍ରଧାନ, ନଳିନୀକାନ୍ତ ବେହେରା ଓ ତପନ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.