ଭିତରକନିକା ଜାତୀୟ ଉଦ୍ୟାନ ପରିସରରେ ଵିଶ୍ବ ଆର୍ଦ୍ରଭୂମି ଦିବସ ପାଳିତ।

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅଧିନସ୍ଥ ଜାତୀୟ ଉଦ୍ୟାନ ଭିତରକନିକା ଡାଙ୍ଗମାଳ ରେଞ୍ଜରଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଆଦ୍ରଭୂମି ଦିବସ ପାଳିତ ହୋଇଯାଇଛି । ଏସିଏଫ ଶ୍ରୀ ମାନସ କୁମାର ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ପବିତ୍ର ଆଦ୍ରଭୂମି ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀସୁଦର୍ଶନ ଗୋପୀନାଥ ଯାଦବ ଯୋଗଦେଇଥିବା ବେଳେ,ଏସିଏଫ ଗଗନ ବିହାରୀ ମଲ୍ଲିକ ଯୋଗଦେଇ ବିଶ୍ଵ ଆଦ୍ରଭୂମି ଦିବସ ସମ୍ୱନ୍ଧରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରକୃତିକୁ ଭଲପାଇ ସୋ ଇଛାରେ ଲୁଣା ଜଙ୍ଗଲକୁ ବିସ୍ତାରିତ କରିବାକୁ ନିଜ ପଟ୍ଟାଭୁକ୍ତ ଜମିକୁ ବନବିଭାଗକୁ ପ୍ରଦାନ କରିଥିବା ମ୍ୟାନଗ୍ରୋଭ ମିତ୍ର ମାନେ ଏଥିରେ ଯୋଗ ଦେଇଥିଲେ। ବନବିଭାଗ ପକ୍ଷରୁ ସେମାନଙ୍କୁ ଉପସ୍ଥିତ ଥିବା ଅତିଥି ମାନେ ସମ୍ବର୍ଦ୍ଧନା କରିବା ସହ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ହୋଇ ଥିବା ଆର୍ଥିକ ଉପହାର ରାଶିକୁ ମ୍ୟାନଗ୍ରୋଭ ମିତ୍ର ମାନଙ୍କୁ ପ୍ରଦାନ କରାଯାଇଥିଲା । ପରେ ଉପସ୍ଥିତଥିବା ଇଡିସି ମେମ୍ବର, ମ୍ୟାନଗ୍ରୋଭ ମିତ୍ର,ସ୍ଥାନୀୟ ସରପଞ୍ଚ ଓ ଗଣମାଧ୍ୟମର ପ୍ରତିନିଧି ମାନେ ବିଶ୍ଵ ଆଦ୍ରଭୂମି ଦିବସ ପରିପେକ୍ଷିରେ ମତଵ୍ୟକ୍ତ କରି ଥିଲେ। ଏହି କାର୍ଯ୍ୟକ୍ରମକୁ ଫରେଷ୍ଟର ସୁନୀଲ କୁମାର ରାଉତରାୟ ଙ୍କ ସହ ସମସ୍ତ ବନକର୍ମଚାରି ସହଯୋଗ କରିଥିବା ବେଳେ,ପରିଶେଷରେ ସମସ୍ତଙ୍କ ସହ ସୁ ସମ୍ପର୍କ ଓ ମିଷ୍ଠ ଭାଷି ଥିବା ନୂତନ କରି ପଦଉନ୍ନତି ପାଇଥିବା ଏସିଏଫ ମାନସ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.