ଭାରତୀୟ ଜନତା ପାର୍ଟି ପକ୍ଷରୁ “ବୁଥ୍ ଚାଲ ଅଭିଯାନ କର୍ମଶାଳା”…

ବ୍ରହ୍ମପୁର ୨/୨ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ “ବୁଥ୍ ଚାଲ ଅଭିଯାନ କର୍ମଶାଳା” ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସଭାପତିତ୍ବରେ ଉତ୍କଳ ଆଶ୍ରମ ରୋଡ଼ ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସଂଯୋଜକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ,ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ ଶତପଥି, ଡ଼ି.କରୁଣାକର,ସବିତା ସାହୁ,ରଞ୍ଜିତା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ନିର୍ବାଚନ ପୂର୍ବରୁ ବୁଥ୍ ଚାଲ ଅଭିଯାନ ମାଧ୍ୟମରେ ଲାଭାର୍ଥି ସମ୍ପର୍କ ସହ ମୋଦିଙ୍କ ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ଵୁଥ୍ ରେ ରାଜନୈତିକ ଅସ୍ଥା ଭାଜନ ସହ ଡ଼ବଲ୍ ଇଞ୍ଜିନର ସରକାର ଆଣିବାରେ ପ୍ରତ୍ୟେକ ବୁଥ୍ ର କାର୍ଯ୍ୟକର୍ତ୍ତା ଧର୍ମପଦ ଭଳି ବୁଥ୍ ଜିତାଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପୂର୍ବତନ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଆହ୍ୱାନ ଦେଇଥିଲେ ।

ଏହାସହ ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭାରେ କିପରି ବିଜୟୀ ହେବ ସେଥିପାଇଁ କାର୍ଯ୍ୟକର୍ତ୍ତା ମାନେ ବୁଥ୍ ସ୍ତରରେ ପ୍ରୟାସ ସହ ଯୋଜନା କରିବା ପାଇଁ ବିଧାନସଭା ନେତା କାହ୍ନୁ ପତି ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆସ୍କା ରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,କମାପଲ୍ଲୀ ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି କେ.ଟୁଙ୍ଗୁରୁ ପାତ୍ର,ଗାନ୍ଧୀନଗର ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀ,ଗୋସାଇଁନୂଆଗାଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀ,ସାନ ବଜାର ମଣ୍ଡଳ ସଭାପତି ସରୋଜ ପାତ୍ର,ଗେଟ୍ ବଜାର ମଣ୍ଡଳ ସଭାପତି ଧର୍ମରାଜ ପାଣିଗ୍ରାହୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସାମୁଏଲ୍ ବେହେରା,ପ୍ରବୀର ପାତ୍ର,ଡ଼ା.ଅମୁଲ୍ୟ ଚୌଧୁରୀ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ କେ.ରବି ରାଓ,ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଜି.ବିଜୟ ପାତ୍ର,କମଲ୍ ପାତ୍ର,ଦେବୁନ୍ ପଟ୍ଟନାୟକ,ସଶ୍ମିତା ଦାସ,ସନ୍ତୋଷ ପାଣିଗ୍ରାହୀ,ସୁମନ ଶତପଥି,ରବି ନାରାୟଣ ସାବତ,ଗୀତା ଦାସ,ଯୋଶେଫ କଟୋନ୍,ରଜତ ପାତ୍ର,ୟୁ.ରାଜା ରାଓ,ଆଦର୍ଶ ପାତ୍ର,ଚିନ୍ମୟାନନ୍ଦ ପଟ୍ଟନାୟକ,କମଲ୍ ରାଓ,ବିକାଶ ପାଣିଗ୍ରାହୀ,ବାଙ୍କନିଧି ସେଠୀ ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.