ମୋହନା ପଞ୍ଚାୟତରେ ମୋ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ଆର,ଉଦୟଗିରି : ଗଜପତି ଜିଲ୍ଲା ମୋହନା ବ୍ଲକ ସଦର ଅନ୍ତର୍ଗତ ମୋହନା ଗ୍ରାମ ପଞ୍ଚାୟତରେ ମୋ ଓଡ଼ିଶା ନବୀନ ଓଡ଼ିଶା ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ସରକାରୀ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ଶିବିରରେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ସ୍ଥାନୀୟ ସରପଞ୍ଚ ସୁନୀତା ମଲ୍ଲିକ, ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ବଡ଼ଖଣି ପଞ୍ଚାୟତ ସରପଞ୍ଚ, କର୍ଚବାଡି ସମିତି ସଭ୍ୟ ଙ୍କ ସମେତ ଖାରିଗୁଡା ପଞ୍ଚାୟତ ସମିତି ସଭ୍ୟ। ଏବଂ ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଗାଁ ଗାଁ ରେ ଲୋକଙ୍କ ସେବାରେ ଯେପରି ଫଳପ୍ରଦ ହେଉଛି ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତି ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରିକରଣ, ମହିଳା ସଶକ୍ତିକଣ, ବ୍ୟାଙ୍କିଙ୍ଗ ସୁବିଧା, ପ୍ରାଥମିକ ବିଦ୍ୟାଳୟ ରୁପନ୍ତିକରଣ, କ୍ରୀଡା ଭିତିଭୂମିର ବିକାଶ, ସୁଗମ ପରିବହନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ରାଜ୍ୟର ଗରିବ ଲୋକଙ୍କ ପାଇଁ ବୋଲି ପ୍ରକାଶ କରିଥିଲେ। ଏହି ସଚେତନତା ଶିବିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ପାଇକ ଖେଳ ପଦର୍ଷିତ ହୋଇଥିଲା। ଏହି ଶିବିରକୁ ମୋହନା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ସୁ ପରିଚାଳନା କରିଥିଲେ। ଏହି ଶିବିରରେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଶିବିର ରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟ ପଦର୍ଶୀତ ହୋଇଥିଲା।

nis-ad
Leave A Reply

Your email address will not be published.