ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଅବସ୍ଥା ଶୋଚନୀୟ, ପ୍ରଶାସନ ନିରବଦ୍ରଷ୍ଟା…

ଉମରକୋଟ : (ନିପ୍ର )ସୂଚନା ପ୍ରକାରେ ଦୀର୍ଘପ୍ରାୟ ୩ବର୍ଷ ହେବ ରାଇଘର ଠାରୁ ରତନଗୁଡ଼ା ପର୍ଯନ୍ତ ମୁଖ୍ୟ ସଡ଼କ ଟି ଅତି ଶୋଚନୀୟ ହୋଇ ପରିଛି | ବଡ଼ ବଡ଼ ଗାତରେ ପଥର ସହ ପଥର ଗୁଣ୍ଡ ପକାଇ ଥିଲେ, ବର୍ତ୍ତମାନ ସେଗୁରିକ ପାଉଡର ହୋଇ ଉଡ଼ୁଛି | ପଥର ଗୁଡ଼ାକ ଏପଟେ ସେପଟେ ବିଛାଡି ହୋଇପରିଛି, ଯାହା ଫଳରେ ସବୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ଲାଗିରହିଛି | ଏବଂ ସଡ଼କର ଧୂଳି ଏତେ ପରିମାଣରେ ଉଡ଼ୁଛି ଯାତା ୟତ କରୁଥିବା ଲୋକମାନଙ୍କର ଶ୍ଵାସ ରୁଧ୍ୟ ହେଇ ଯାଉଛି | ସଡ଼କ ପାର୍ଶରେ ଥିବା ସମସ୍ତ ଦୋକାନୀ ମାନଙ୍କର ମୂଲ୍ୟ ବାନ ଜିନିଷ ନଷ୍ଟ ହେଇଯାଉଛି |

ଏବିଷୟରେ ସାଧାରଣ ଜନତା ପୂର୍ତ୍ତ ବିଭାଗକୁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ ପୂର୍ତ୍ତ ବିଭାଗ କୌଣସି ଭୁକ୍ଷେପ କରୁ ନାହାନ୍ତି, ବାଧ୍ୟ୍ୟ ହୋଇ ଉମରକୋଟ ବିଧାୟକ କିଛି ଦିନ ପୂର୍ବେ ସମସ୍ତ ଜନତା ଏବଂ କର୍ମକର୍ତ୍ତା ମାନଙ୍କୁ ନେଇଁ ତୀବ୍ର ପ୍ରତିବାଦ କରିବା ସହ ଅନଶନ କରିଥିଲେ | ଆଜି ସୁଧ୍ୟା ପୂର୍ତ୍ତ ବିଭାଗର ନିଦ ଭାଙ୍ଗି ନାହିଁ | ସାଧାରଣ ଜନତା ହନ୍ତ ସନ୍ତ ହେଉଥିବା ବେଳେ ପ୍ରଶାସନ ଆଖିରେ, କାନରେ ହାତ ଦେଇ ବସି ଛନ୍ତି, ପୂର୍ତ୍ତ ବିଭାଗକୁ ଏବେ ଲୋକ ଗର୍ତ ବିଭାଗ ବୋଲି କହୁଛନ୍ତି | ତୁରନ୍ତ ଏହି ସଡ଼କ ମରାମତି କରା ନ ଗଲେ ସାଧାରଣ ଜନତା ସଡ଼କ ବନ୍ଦ କରି ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି |

nis-ad
Leave A Reply

Your email address will not be published.