ଜନ୍ମ ସମୟରେ ଲିଙ୍ଗଗତ ବ୍ୟବଧାନ ନିମନ୍ତେ ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି ମାଲକାନଗିରି ଜିଲ୍ଳା

ମାଲକାନଗିରି, ୩୧/୧/୨୪ : ରାଜ୍ୟ ଓ ଦେଶରେ ପରିଲକ୍ଷିତ ହେଉଥିବା ଶିଶୁକନ୍ୟା ସନ୍ତାନ ଜନ୍ମହାର ହ୍ରାସ ଏକ ଚିନ୍ତାର ବିଷୟ ପାଲଟିଛି,ଏଣୁ କନ୍ୟା ସନ୍ତାନ ସୁରକ୍ଷା କଥା ଲିଙ୍ଗ ନିରୂପଣ ଏବଂ ଏହି ନିୟମ ଅନ୍ତର୍ଗତ ଦଣ୍ଡ ବିଧାନ ବିଷୟରେ ଗୋଷ୍ଠୀ ସ୍ତରରେ ପ୍ରଚାର ଓ ପ୍ରସାର ମଧ୍ୟ କରାଯାଉଅଛି।ଏହି କ୍ରମରେ ୨୦୨୩ ମସିହା କନ୍ୟା ସନ୍ତାନ ଜନ୍ମ ହାରରେ ମାଲକାନଗିରି ଜିଲ୍ଲା ରାଜ୍ୟରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି l ଏଣୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବାଳୟ ଭୁବନେଶ୍ୱର (ଓଡିଶା) ଙ୍କ ଦ୍ୱାରା ଆୟୋଜିତ ସଭାରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କ ଦ୍ୱାରା ରାଜ୍ୟ ସ୍ତରରେ ଜନ୍ମ ସମୟରେ ଲିଙ୍ଗ ଗତ ବ୍ୟବଧାନ ପରିଚାଳନା ନିମନ୍ତେ ମାଲକାନଗିରି ଜିଲ୍ଳା ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି l
ଏଥି ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପାୱାର ସଚିନ ପ୍ରକାଶ ଏହି ସଫଳତା ପାଇଁ ନିଜର ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଜଣାଇବା ସହ ଏହା ଜିଲ୍ଲା ପାଇଁ ଏକ ଶୁଭଙ୍କର ବିଷୟ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.