ମହତ୍ମା ଗାନ୍ଧିଙ୍କ ପୂଣ୍ୟତିଥିରେ କିନ୍ନରମାନଙ୍କ ଅଧିକାର ଓ ସମ୍ମାନ ଶୀର୍ଷକ ଆଲୋଚନା

ଫୁଲବାଣୀ : ସରକାରଙ୍କ ଅଦ୍ୟ ତା ୩୦/୦୧/୨୪ ରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପୂଣ୍ୟ ତିଥିରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଚ୍ଛାସେବୀ ଅନୁଷ୍ଠାନ ସାତୀଙ୍କ ଦ୍ଵାରା କିନ୍ନର ମାନଙ୍କ ଅଧିକାର ଓ ସମ୍ମାନ ଶୀର୍ଷକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଜାଇଛି । କାର୍ଯ୍ୟକ୍ରମ କୁ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ସହାୟତ ପ୍ରଦାନ କରିଥିବା ବେଳେ ଫୁଲବାଣୀ ଉପ ଜିଲ୍ଲାପାଳ ଜୋତି ଶଙ୍କର ରାଏ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶା ଟ୍ରାନଜେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସୀକୃତୀ” ମାଧ୍ୟମରେ କିପରି କିନ୍ନର ମାନେ ମୂଖ୍ୟସ୍ରୋତରେ ସାମିଲ ହେବେ ତାହା ମୂଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା । ଏଥିରେ ଜିଲ୍ଲାର ବିଭିନ୍ନ ସାମାଜିକ କର୍ମୀ, ପତ୍ରକାର,ପଂଚାୟତ ପ୍ରତିନିଧୀମାନେ ଯୋଗ ଦେଇ ସାଧାରଣରେ କିନ୍ନର ମାନଙ୍କୁ ନେଇ ଉପୁଜିଥିବା ବିଭିନ୍ନ ସମସ୍ୟା ଯଥା ଆବାସ ଯୋଜନାରୁ ବଂଚିତ, ଜାତୀୟ ଖାଦ୍ୟ ସୁରକ୍ଷା ରେ ୫ କିଗ୍ରା ଚାଉଳ ରୁ ୩୫ କିଗ୍ରା ଚାଉଳ ମିଳିବା; ଜିଲ୍ଲା, ସବ ଡିଭିଜନ ଓ ବ୍ଳକ ସ୍ତରରେ କିନ୍ନର ମାନଙ୍କ ଥଇଥାନ ନିମନ୍ତେ ଗୋଷ୍ଠିଗୃହ ନିର୍ମାଣ ଓ ଅନ୍ୟାନ ସରକାରୀ ଯୋଜନାରେ ସାଧାରଣ ଭାବେ ସମାଲି ଉପରେ ଆଲୋଚନା କରିଥିଲେ । ବିଭିନ୍ନ ବ୍ଳକରୁ ୪୦ ରୁ ଅଧିକ କିନ୍ନର ସାମିଲ ହୋଇ ସେମାନଙ୍କ ଜୀବନର ସଂଘର୍ଷ ପୂର୍ଣ୍ଣ କାହାଣୀ ଉପସ୍ଥାପନା କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି ରଖିଥିଲେ । କିନ୍ନର ବିଷ୍ଣୁପ୍ରିୟା ଓ ପାୟଲଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୯୮ ଜଣ କିନ୍ନର ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୦ ଜଣ ପରିଚୟ ପତ୍ର ପାଇ ସାରିଛନ୍ତି ଏବଂ ଆହୁରି ଅନେକ କିନ୍ନର ଚିହ୍ନଟ ନହୋଇ ରହିଜାଇଛନ୍ତି ବୋଲି କହିଥିଲେ ଓ ସେମାନଙ୍କୁ କିପରି ଆଗକୁ ଅଣାଜାଇ ପାରିବ ସେଥିପାଇଁ ସମସ୍ତ ଙ୍କ ସହଯୋଗ ଲୋଡିଥିଲେ ।

ଟ୍ରାନସଜେଣ୍ଡର ଅଧିକାର କୁ ସାବ୍ୟସ୍ତ କରାଇବାକୁ ହେଲେ ୨୦୧୯ ଆଇନ ଅନୁଯାୟୀ ସମସ୍ତ ଜନସାଧାରଣ ଓ ପ୍ରଶାସନିକ କ୍ଷେତ୍ରରେ ଇଛା ସକ୍ତି ସୁଦୃଢ କରାଇବାରେ ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୁମିକା ଗୁରୁତ୍ବ ପୂର୍ଣ ବୋଲି ଯୋଗଦେଇଥିବା ପ୍ରତିନିଧୀ ମାନଙ୍କ ଉପସ୍ଥାପନାରୁ ଜଣା ପଡ଼ୁଥିଲା ଉପ ଜିଲ୍ଲାପାଳ ତାଙ୍କର ବକ୍ତବ୍ୟରେ କିନ୍ନର ମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବାସହ ପ୍ରଶାସନର ଦୃଷ୍ଟିଗୋଚର କରିବାପାଇଁ ପ୍ରତିସୃତି ରଖିଥିଲେ । ସାତୀର ସଂପାଦକ ଇଂ ହରି ଶଙ୍କର ରାଉତ ତାଙ୍କ ବକ୍ତବ୍ୟରେ କିନ୍ନର ମାନେ ଆତ୍ମନିର୍ଭରଶିଳ ହେବା ପାଇଁ ହେଲେ ନିଜର ମନୋବଳ କୁ ସୁଦୃଢ କରି ପ୍ରଶାସନ ସହିତ ଯୋଡି ହୋଇ ଦୃଢତାର ସହ ଦାବି ଉପସ୍ଥାପନା କରିବାକୁ ହେବ ବୋଲି କହିଥିଲେ । ତତ ସହିତ ବିଗତ ଦିନରେ ସାତୀ ଏହି ସଂପ୍ରଦାୟଙ୍କ ପାଇଁ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ଏକ ବିବରଣୀ ରଖିଥିଲେ । ଜିଲ୍ଲାଏ.ଡ୍.ସ୍. ସେଲର ଦେବାଶିଶ ମିଶ୍ର କିନ୍ନର ମାନଙ୍କ ନିୟମିତ ସାସ୍ଥ୍ୟ ପରିକ୍ଷା ଦିଗରେ ସଚେତନ‌ତା କରିବା ସହ, ୬ମାସରେ ଥରେ ରକ୍ତ ପରିକ୍ଷା କରେଇବାକୁ ଅନୁରୋଧ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରେସ କ୍ଲବର ସଭାପତି ସୁନିଲ ପଟ୍ଟନାୟକ ଓ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଶ୍ୱରଞ୍ଜନ କର ଧନ୍ୟବାଦ ଦେଇଥିବା ବେଳେ, ପ୍ରଦୀପ କୁମାର ସାଇଁ ପରିଚାଳନା କରିଥିଲେ । ଅନୁଷ୍ଠାନ ତରଫରୁ ସିବସୁନ୍ଦର ସାହୁ, ସୁନିତା କିନ୍ନର, ପ୍ରଭାତ ଦାସ ପ୍ରମୁଖ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.