ଭାରତୀୟ ଜନତା ଯୁବ ମୋର୍ଚ୍ଚାର ବନ୍ଦ ଡାକରା ସମ୍ପୂର୍ଣ ସଫଳ

ଉମରକୋଟ : ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | କିଛି ଦିନ ପୂର୍ବେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଞ୍ଚଳ ଗସ୍ତ କରି ଜନସାଧାରଣଙ୍କୁ କହିଛନ୍ତି ସରକାର ୯ମାସ ମଧ୍ୟରେ ୨୦୦କୋଟି ଟଙ୍କା ନବରଙ୍ଗପୁର ମଞ୍ଜୁର କରିଛନ୍ତି | କିନ୍ତୁ ସାଧାରଣ ଜନତାଙ୍କ ସମସ୍ୟା କିଛି ଦୂରୀଭୂତ ହୋଇନାହିଁ | ଓଡ଼ିଶାର ଏକମାତ୍ର ବାଣିଜ୍ୟ କେନ୍ଦ୍ର ଉମରକୋଟ, କୋଟି କୋଟି ଟଙ୍କା ଆଦାୟ ହୋଇ ସରକାରଙ୍କ ପାଣ୍ଠିରେ ଜମା ହଉଛି |
ସୂଚନା ପ୍ରକାର ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମୁଖ୍ୟ ୬ଗୋଟି ଦାବି ପୂରଣ ନେଇ ସମଗ୍ର ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇ ଥିଲେ, ସେଗୁଡିକ ସାଧାରଣ ଜନତାଙ୍କ ନିହାତି ଆବଶ୍ୟକ କିନ୍ତୁ ସେଥିରେ ଓଡ଼ିଶା ସରକାରଙ୍କ ନବରଙ୍ଗପୁର ଉପରେ ବୈମାତୃକ ମନଭାବ ପାଇଁ ଜିଲ୍ଲାର ସମସ୍ତ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବାଧ୍ୟ ହୋଇ ବନ୍ଦ ଡାକରା ଦେଇ ଥିଲେ | କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କଚୁକ୍ତି ଅନୁଯାଇ ଜୟପୁର ଠାରୁ ନବରଙ୍ଗପୁର ପର୍ଯନ୍ତ ରେଳ ସଂଯୋକ କରଣ ପାଇଁ ଜମି ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଫେଲ ମାରିଛନ୍ତି | ଜିଲ୍ଲାରେ ଥିବା ସମସ୍ତ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ ସମସ୍ତ ସରକାରୀ ପଦବୀ ଜିଲ୍ଲା ଭିତ୍ତିକ କରିବା | ନବରଙ୍ଗପୁର ମହାବିଦ୍ୟାଳୟ, ଏବଂ ଉମରକୋଟ ପେଣ୍ଡ୍ରାଣୀ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦେବା, ଜିଲ୍ଲାର ସମସ୍ତ ଚିକିତ୍ସାଳୟ ଏବଂ ମୁଖ୍ୟ ଚିକିତ୍ସାଳୟକୁ ସରକାରୀ ଡାକ୍ତର ଏବଂ ବିଶେଷଜ୍ଞ ଯୋଗାଇ ଦେବା | ଉମରକୋଟ ଠାରେ ନିର୍ମିତ ହେବାକୁ ଥିବା ଇଥାନଳ ପ୍ରୋକଳ୍ପ ପାଇଁ ଜମି ଯୋଗାଇ ଦେବା ଏବଂ ଉମରକୋଟ କୁ ସବଡ଼ିଭିଜନ ମାନ୍ୟତା ଦେବା ଓ ଉମରକୋଟ ହସ୍ପିଟାଲ ଠାରେ ବ୍ଲଡ଼ ବ୍ୟାଙ୍କ ପ୍ରତିଷ୍ଠାକୁ ନେଇ ବନ୍ଦ ଡାକରାକୁ ଅଞ୍ଚଳର ବିଭିନ୍ନ ମହଳରୁ ସମର୍ଥ କରିଛନ୍ତି | ସାଧାରଣ ଜନତା ଯୋଗ ଦାନ କରି କାର୍ଯ୍ୟକ୍ରମକୁ ସହଯୋଗ କରିଛନ୍ତି, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଗାମୀ ଦିନରେ ଦାବି ପୂରଣ ନ ହେଲେ ବନ୍ଦ ଡାକରା ଦେବା ସହ ବିଶାଳ ଆକାରରେ ଧାରଣା ଦିୟାଯିବ, ଏଥିରେ ହଜାର ହଜାର ଜନତା ସମର୍ଥନ କରିଛନ୍ତି |

nis-ad
Leave A Reply

Your email address will not be published.