ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ହିଞ୍ଜିଳିକାଟୁକୁ ହରାଇ ବଡଗଡ ଦଳ ଫାଇନାଲରେ ପ୍ରବେଶ

ଲକ୍ଷ୍ମଣ ମହାରଣା ମ୍ୟାନ୍ ଅଫ୍ ଦି ମ୍ୟାଚ୍
ହିଞ୍ଜିଳିକାଟୁ, ୨୮ା୧ : ହିଞ୍ଜିଳିକାଟୁ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ପକ୍ଷରୁ ଆୟୋଜିତ ଦ୍ୱିତୀୟ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୦ ତାରିଖ ଠାରୁ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ ରବିବାର ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଓ ପ୍ରିନ୍ସ କ୍ରିକେଟ କ୍ଳବ, ବଡଗଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ବଡଗଡ ଦଳ ବ୍ୟାଟିଂ ପାଇଁ ହିଞ୍ଜିଳିକାଟୁ ଦଳକୁ ଆମନ୍ତ୍ରଣ କରିଥିଲା । ହିଞ୍ଜିଳିକାଟୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୮୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସୁଜିତ ମହାରଣା ୩୯ବଲରୁ ୬୭, ଅମୂଲ୍ୟ ପଣ୍ଡା ୨୦ ବଲରୁ ୪୦ ରନ ସଂଗ୍ରହ କରିଥିଲା । ଜବାବରେ ବିପକ୍ଷ ବଡଗଡ ଦଳ ୧୯.୨ ଓଭରରେ ୯ଟି ୱିକେଟ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲେ । ଫଳରେ ବଡଗଡ ଦଳ ଗୋଟିଏ ୱିକେଟରେ ବିଜୟ ଲାଭ କରିବା ସହ ଫାଇନାଲରେ ପ୍ରବେଶ କରିଛି । ଦଳ ପକ୍ଷରୁ ଲକ୍ଷ୍ମଣ ମହାରଣା ୩୧ ରନ୍ ସଂଗ୍ରହ କରିବା ସହ ୨ଟି ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର ଅତିଥି ଭାବେ ଯୋଗଦେଇ ଲକ୍ଷ୍ମଣଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ପ୍ରଶାନ୍ତ ପାଢି ଓ ବିପ୍ର ଚରଣ ଶବର ମ୍ୟାଚ ପରିଚାଳନା କରିଥିଲେ । ରଜତ କୁମାର ପ୍ରଧାନ ଧାରା ବିବରଣୀ ପ୍ରଦାନ କରୁଥିବା ବେଳେ ଆଦିତ୍ୟ ନାରାୟଣ ସାହୁ ସ୍କୋରର ଥିଲେ । ପ୍ରଶାନ୍ତ ପ୍ରଧାନ, ମନୋଜ ପଣ୍ଡା, ପ୍ରଫୁଲ ଜେନା, ଉମା ମହାରଣା,, ସାଗର ବେହେରା, ଶଶୀ ବେହେରା, ମୁକେଶ ଡାକୁଆ, ସୁରଜ ସୁବୁଦ୍ଧି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଫଟୋ- ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଲକ୍ଷ୍ମଣଙ୍କୁ ପୁରସ୍କାର ପ୍ରଦାନ
ବିଦ୍ୟାଳୟର ବାର୍ଷିକ ଉତ୍ସବ
ହିଞ୍ଜିଳିକାଟୁ, ୨୮ା୧(): ହିଞ୍ଜିଳିକାଟୁ ବ୍ଳକ ଶିଖରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ କାଳିଆ ଦାସ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶିବରାମ ନାହାକ ଯୋଗଦେଇ ଶିଶୁଙ୍କ ଭବିଷ୍ୟତ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ଏବଂ ଶିଶୁ ହସିଲେ ଦେଶ ହସିବ ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ର୍ରଧାନ ଶିକ୍ଷକ ଟି. ତାରିଣୀ ବାର୍ଷିକ ବିବରଣା ପାଠ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାର ସାାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ଶିକ୍ଷକ ବାବୁଲା ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଲକ୍ଷ୍ମୀ ଚରଣ ନାହାକ, ଜିତୁ ନାହାକ ଓ ସଞ୍ଜୟ ରାଉଳ ପରିଚାଳନାରେ ସହଯୋଗ କରିଥିଲେ ।
ଫଟୋ-

nis-ad
Leave A Reply

Your email address will not be published.