ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଦଂପତିଙ୍କ ମୃତ୍ୟୁ

Accident-Logo-in-700x430

ରାଉରକେଲା: ବାଇକ୍‌ ଆରୋହୀ ଦଂପତିଙ୍କ ଉପରେ ଦ୍ରୁତଗାମୀ ଟ୍ରକ୍‌ ଚଢ଼ିଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଧୀନ ଉପରବାହାଲ ନିକଟରେ ଆଜି ଅପରାହ୍‌ଣରେ ଏଭଳି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ହାତୀବାହାଳ ଗ୍ରାମ ପ୍ରଦୀପ ମୁଣ୍ଡା ଓ ତାଙ୍କର ସ୍ତ୍ରୀ। ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନା ଅନୁସାରେ ପ୍ରଦୀପ ମୁଣ୍ଡା ଓ ତାଙ୍କର ସ୍ତ୍ରୀ ଆଜି ଅପରାହ୍‌ଣରେ ୧୪୩ ନମ୍ବର ଜାତୀୟ ରାଜପଥ ଦେଇ କୌଣସି କାମରେ ବାହାରିଥିଲେ। ଉପରବାହାଲ ଛକ ନିକଟରେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବଣାଇ ପୁଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ହାତୀବାହାଳ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

nis-ad
Leave A Reply

Your email address will not be published.