ବିଜେପି ପକ୍ଷରୁ ୭୫ ତମ ସାଧାରଣତନ୍ତ୍ର ଦିବସ‌ ପାଳିତ

ବ୍ରହ୍ମପୁର, ୨୭/୧ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ୭୫ ତ’ମ ସାଧାରଣତନ୍ତ୍ର ଦିବସ‌ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଗାନ୍ଧୀନଗର ଛକ ଠାରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଦେଶର ଯୁବକଙ୍କ ସ୍ବପ୍ନ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ । ଏଥିପାଇଁ ଆଜି ଦେଶର ଅମୃତ ପିଢ଼ି ଯୁବ ବର୍ଗର ବିଶ୍ୱାସର ପ୍ରତୀକ ପାଲଟିଛନ୍ତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣୁ ଯୁବ ବର୍ଗଙ୍କୁ ବିକଶିତ ଭାରତ ଯାତ୍ରାରେ ସାମିଲ୍ ହେବାକୁ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଜେନା ଆହ୍ୱାନ କରିଥିଲେ । ଗାନ୍ଧୀ ନଗର ଛକ ଠାରେ ଯାତାୟତ କରୁଥିବା ଜନସାଧାରଣଙ୍କୁ ଦଳ ପକ୍ଷରୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ଏହି ପବିତ୍ର ଦିବସ ଅବସରରେ ବିଜେପି ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି ଜିଲ୍ଲା ସମ୍ପାଦକ ତଥା କର୍ପୋରେଟର ପ୍ରଦୀପ କୁମାର ସତପଥି,ଡ଼ି.କରୁଣାକର, ସବିତା ସାହୁ,ରଞ୍ଜିତା ବେହେରା,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ମଣ୍ଡଳ ସଭାପତି ଗୋପିନାଥ ପଣ୍ଡା,ଭାବଗ୍ରାହୀ ପାଳ,ସରୋଜ ପାତ୍ର,ପ୍ରଫୁଲ୍ଲ ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ଧର୍ମରାଜ ପାଣିଗ୍ରାହୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,ବରିଷ୍ଠ ନେତ୍ରୀ ଏସ୍.ରାଣୀ,ପ୍ରବୀର ପାତ୍ର,ଡ଼ା.ଅମୁଲ୍ୟ ଚୌଧୁରୀ,ଜି.ରାଜେନ୍ଦ୍ର ପ୍ରସାଦ,ସୁନିଲ ପାତ୍ର,ରଜତ ପଣ୍ଡିତ,ଗୌରୀ ମହାନ୍ତି,ମାଲି ସାହୁ,ଏସ୍.ଶ୍ରୀନିବାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଜାତୀୟ ଗାନ କରିଥିଲେ ।

nis-ad
Leave A Reply

Your email address will not be published.