ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହିରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ

ଆର ଉଦୟଗିରି : ଆର,ଉଦୟଗିରି ବ୍ଲକର କେ.ଏମ୍.ଭାଲିଆସାହି: ଜାନୁଆରୀ ୨୬, ୧୯୫୦ ମସିହାରେ ଡଃ. ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ଦେଶର ସମ୍ବିଧାନ ପ୍ରଣୟନ କରାଯାଇଥିଲା I ଏଥି ଉପଲକ୍ଷେ ଅଦ୍ୟ ଶୁକ୍ରବାର ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହିଠାରେ ୭୫ତମ ଗଣତନ୍ତ୍ର ଦିବସ ଅତି ଆନନ୍ଦ ସହକାରେ ପାଳିତ ହୋଇଯାଇଛି I ଉକ୍ତ ଦିବସ ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଗଣ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିର୍ଦେଶନାରେ ଅତି ଶୃଙ୍ଖଳାର ସହ ବିଭିନ୍ନ ଜାତୀୟତାବୋଧ ନାରା ଦେଇ ଗ୍ରାମ ପରିକ୍ରମା କରି ପ୍ରଭାତଫେରୀ କାର୍ଯ୍ୟକ୍ରମ ସମାପନ କରିଥିଲେ I ଗ୍ରାମ ପରିଭ୍ରମଣ ପରେ ବିଶିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ଆଦିକନ୍ଦ ବାଣୁଆରାଇ ମୁଖ୍ୟ ଅତିଥିରୂପେ ଯୋଗଦାନକରି ବିଦ୍ୟାଳୟର ସମସ୍ତଙ୍କ ଉପସ୍ଥିତିରେ ଦେଶର ଜାତୀୟ ସଂଗୀତ ଗାନ ସହ ପତାକା ଉତ୍ତୋଳନ କରିଥିଲେ I ଏହା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମ ଚନ୍ଦ୍ର ଦଳବେହେରାଙ୍କ ସଭାପତିତ୍ୱରେ ନବମ ଶ୍ରେଣୀର ଛାତ୍ରୀମାନଙ୍କ ଅତି ସୁନ୍ଦର ଦେଶାତ୍ମକବୋଧ ସଂଗୀତ ମାଧ୍ୟମରେ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା I ଉକ୍ତ ସଭାରେ ପ୍ରଧାନଶିକ୍ଷକ ଓ ମୁଖ୍ୟ ଅତିଥି ଦେଶର ସମ୍ବିଧାନ ବିଷୟରେ ଭାଷଣ ଦେବା ସହ ଏହା ପଛରେ ଥିବା ଜାତୀୟ ବୀରମାନଙ୍କ ଆପ୍ରାଣ ଉଦ୍ୟମ ଓ ବଳିଷ୍ଠ ନେତୃତ୍ୱ ଉପରେ ମଧ୍ୟ ସଭାସଦ୍ ଗଣ ଆଗରେ ପୁଙ୍ଖାନୁପୁଙ୍ଖ ଭାବରେ ବିସ୍ତାର କରିଥିଲେ I ଏହି ସଭାରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଧ୍ୟ ଉପସ୍ଥାପିତ ହୋଇଥିବା ଭାଷଣଗୁଡିକ ମଧ୍ୟ ଆକର୍ଷଣୀୟ ହୋଇଥିଲା I ସଭା ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିସ୍କୁଟ ଏବଂ ଚକୋଲେଟ ବଣ୍ଟନ କରାଯାଇ ସଭାକାର୍ଯ୍ୟକୁ ସଫଳତାର ସହ ସମାପ୍ତ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ସମ୍ପୂର୍ଣରୂପେ ସହଯୋଗ ପ୍ରଦାନ କରିଥିଲେ I

nis-ad
Leave A Reply

Your email address will not be published.