ରାଜନଗରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି

ରାଜନଗର : ସାରାରାଜ୍ୟରେ ଆଜି ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହେଉଥିବା ଵେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦରମହକୁମାରେ ଆଜି ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସରକାରୀ ଵେସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଛି। ଏହିଅବସରେ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ତଥା ବଣିସଂଘ ପକ୍ଷରୁ ପ୍ରଭାତ ଫେରି ରାମଧ୍ବନୀ ଦେଇ ଗ୍ରାମ ପରିଭ୍ରମଣ କରିଥିଲେ। ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବା ଵେଳେ ଵିଡିଓ, ତହସିଲଦାର ଅତିଥିଭାବେ ଯୋଗଦେଇଥିଲେ । ତହସିଲଦାର ତହସିଲ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିଥିଵା ବେଳେ ଆଇଆଇସି ଶ୍ରୀ ଅଜୟ କୁମାର ଜେନା ଥାନାରେ ପତକା ଉତ୍ତୋଳନ କରିଛନ୍ତି। କଙ୍ଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର କୁମାର ଜେନାଙ୍କ ଦ୍ଵାରା କଙ୍ଗ୍ରେସ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରାଯାଇଥିବା ବେଳେ ମାଗୁଣୀ ବାବୁ, ରଞ୍ଜନ ବାବୁ, ସତ୍ୟ ପ୍ରକାଶ ପାଣି, ସହଦେଵ ସାହୁ,ବରିଷ୍ଠ ନେତା ସନ୍ତୋଷ କୁମାର ମହାନ୍ତି, ନନି ବଳ, ରଵିନ୍ଦ୍ର ରାଉତ, ସତ୍ୟଵାନ ସେଠୀ, ଵିଚିତ୍ର ମଳିକ (ଡାଙ୍ଗୁଆ) ବାବୁଲି ବାଵୁ, ଶତାଧିକ କଙ୍ଗ୍ରେସ କର୍ମୀ ଯୋଗ ଦେଇଥିଲେ। ସେହିପରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ରାଜନଗର କାର୍ଯ୍ୟାଳୟରେ ଅଶୋକ ସେନା ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶ୍ରୀଯୁକ୍ତ ଅଶୋକ କୁମାର ପ୍ରତିହାରୀ ଜାତୀୟ ପତାକା ଉତ୍ତୋଳନ କରି ଥିବା ବେଳେ ବରିଷ୍ଠ ବିଜେଡି ନେତା ଶ୍ରୀ ବିକ୍ରମ ବାରିକ ସମେତ ଵହୁ ବିଜେଡି କର୍ମୀ ସମେତ ଅଶୋକସେନାର ସଦସ୍ୟ ମାନେ ଉପସ୍ଥିତ ଥିଲେ, ସେହିପରି ରାଜନଗରର ପ୍ରେସ କ୍ଲବ ସଭାପତି ଶ୍ରୀ ବସନ୍ତ ହାତୀ , ଜଗନ୍ନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅତୁଲ କୁମାର ବଳ, ଆର ଆଣ୍ଡ ବି କାର୍ଯ୍ୟାଳୟ, ଇଲେକ୍ଟ୍ରୀ ଅଫିସ, ବିଇଓ ଅଫିସ, ଵଣିକ ସଂଘ ସଭାପତି ଶଙ୍କର୍ଷଣ ମିଶ୍ର ଅସ୍ଥାୟୀ ସଂଘ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରାଯାଇଛି। ମାଛ ମାର୍କେଟ, ଲକ୍ଷ୍ମୀନାରାୟଣ ବଜାର, ଜାଭିୟର ସ୍କୁଲ, ଇଉପି ସ୍କୁଲ, ଏମ ଇ ସ୍କୁଲ, ଶୈଳେନ୍ଦ୍ର ନାରାୟଣ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଶୈଳେନ୍ଦ୍ର ନାରାୟଣ ସସ୍କୃତ ଵିଦ୍ୟାପିଠ ଆଦି ସ୍ଥାନରେ ପତାକା ଉତ୍ତୋଳନ କରାଯାଇଛି।

nis-ad
Leave A Reply

Your email address will not be published.