ଓଡ଼ଗାଁ ବ୍ଲକରେ ଜାତୀୟ ମତଦାତା ଦିବସ ପାଳନ

ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭଗୃହରେ ୧୪ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ଗାଁ ତହସିଲଦାର ଡ଼.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ କବିତା ପ୍ରଧାନ, ଶିଶୁ ମଙ୍ଗଳ ଅଧିକାରିଣୀ ଲହଡ଼ି ମାଳା ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ ସ୍ତରୀୟ ଅଧିକାରୀ, ସୁପରଭାଇଜର ଓ କେତେକ ନୂତନ ଭୋଟର ଉପସ୍ଥିତ ଥିଲେ । ଭୋଟଦେବ ଆମର ମୌଳିକ ଅଧିକାର, ଏହାର ବିକଳ୍ପ ନାହିଁ ତେଣୁ ସମସ୍ତ ଯୋଗ୍ୟ ଭୋଟର ଭୋଟ ଦେଇ ଉପଯୁକ୍ତ ପ୍ରତିନିଧି ବାଛିବା ଦରକାର ଏବଂ ଭୋଟର ମାନଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅତିଥି ମାନେ ସମ୍ୟକ ଆଲୋଚନା କରାଯାଇଥିଲା। ଉପସ୍ଥିତ ଥିବା ନୂତନ ଭୋଟର ମାନଙ୍କୁ ଭୋଟର ଆଇଡି କାର୍ଡ ପ୍ରଦାନ କରାଯାଇଥିଲା। ଶେଷ ରେ ବିଡ଼ିଓ ମତଦାତା ମାନଙ୍କୁ ମତଦାତା ମାନଙ୍କୁ ଶପଥ ପାଠ କରାଇଥିଲେ ।

nis-ad
Leave A Reply

Your email address will not be published.