ପଞ୍ଚାୟତ ସ୍ତରୀୟ କିଶୋରୀ ମେଳା…

ଉମରକୋଟ : ଓଡ଼ିଶା ସରକାର ଦୀର୍ଘ ଦିନ ଧରି ବାଳିକା ବିବାହ, ଏବଂ ଶିଶୁ ମୃତ୍ୟୁକୁ ରକିବା ନେଇଁ ବିଭିନ୍ନ କାର୍ଯ୍ୟ କରୁଥିଲେ କିନ୍ତୁ ସମ୍ପୂର୍ଣ ସଫଳ ହେଇ ପାରୁ ନଥିଲେ | ବର୍ତମାନ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ଏବଂ ପୋଷଣର ଅଭିବୃଦ୍ଧି ଏକ ଅଭିନବ ପ୍ରୟାସ କୁ ଶିଶୁ ବିକାଶ ପ୍ରକଳ୍ପ ଏହାକୁ ସମ୍ପୂର୍ଣ କରିବାରେ ସଫଳ ହେଇଛନ୍ତି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ଜାରି ରଖୀ ଛନ୍ତି |
ସୂଚନା ପ୍ରକାରେ ଆଜି ନବରଙ୍ଗପୁର ଜିଲ୍ଲା, ଉମରକୋଟ ବ୍ଲକ ଅନ୍ତର ଗତ କୁର୍ସି ପଞ୍ଚଯାତ ପ୍ରାଙ୍ଗନରେ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ଓ ସରପଞ୍ଚ, ସହ କୁମାରୀ ବାଳିକା, ଗର୍ଭବତୀ ମାଁ, ପ୍ରୋସୂତି ମାଁ, ଏବଂ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠିର ମାଁ ମାନଙ୍କୁ ନେଇଁ ଏହି ବିଶାଳ କାର୍ଯ୍ୟକ୍ରମଟି କରାଯାଇ ଅଛି | ଉମରକୋଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଂଯୁକ୍ତା ବେହେରା ଏବଂ ନିରୀକ୍ଷଣ ଅଧିକାରୀ ସରିତା ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସମସ୍ତ ଅଙ୍ଗନ ୱାଡିକର୍ମୀ,ସହାହିକା ଓ ଆଶା କର୍ମୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ପରି ଚାଳନା ପାଇଁ ସହଯୋଗ କରିଥିଲେ ଏବଂ କୁମାରୀ ବାଳିକା, ଶିଶୁ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ରଖା ଯାଇ ଥିଲା |

ପ୍ରତିଯୋଗିତାରେ ସଫଳ ହୋଇଥିବା କୁମାରୀ ବାଳିକା, ଏବଂ ଶିଶୁ ମାନଙ୍କୁ, ଉପହାର ଦେଇ ସମ୍ମାନିତ କରାଯାଇଥିଲା | ଶିଶୁ ମାନେ ସଠିକ ଭାବରେ ବର୍ଦ୍ଧନ ହେଉଛି କି ନାହିଁ ତାହାର ତଦାରଖ କରିବା ସହ ଓଜନ ଉଚ୍ଚତା ମପାଯାଇଥିଲା | ଶେଷରେ ସମସ୍ତଙ୍କୁ ଶିଶୁ ବିକାଶ ଅଧିକାରୀ ଅନୁରୋଧ କରି କହିବ ସହ କୁମାରୀ ବାଳିକା ବିବାହର କୁ ପାରିନାମ ମଧ୍ୟ ସୁନ୍ଦର ଭାବରେ ଆଲୋଚନା କରି ବୁଝାଇ ଥିଲେ, ଏବଂ ଅଙ୍ଗନ ୱାଡି କର୍ମୀ ମାନଙ୍କୁ ସବୁ ଦିଗରେ ନଜର ରଖୀ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ |

nis-ad
Leave A Reply

Your email address will not be published.