ଓଡ଼ଗାଁ କଲେଜରେ ଓଡ଼ିଆ ଭାଷା ଉପଯୋଗୀତା ସମ୍ପର୍କିତ ଆଲୋଚନା ଚକ୍ର

ଓଡ଼ଗାଁ : ରଘୁନାଥ ସମବାୟ ମହାବିଦ୍ୟାଳୟ ଓଡ଼ଗାଁ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଦ୍ଵାରା ଓଡ଼ିଆ ଭାଷାର ଉପଯୋଗୀତା କୁ ନେଇ ଏକ ସାହିତ୍ୟ ଆଲୋଚନା ଚକ୍ର ଆୟୋଜିତ ହୋଇଅଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜକିଶୋର ସାହୁଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ କୈଳାଶ ଗାଣ୍ଡ ମୁଖ୍ୟ ଅତିଥି, ସାହିତ୍ୟ ରତ୍ନ ଗୋଦାବରୀଶ ମିଶ୍ର ମୁଖ୍ୟ ବକ୍ତା ରୁପେ ଯୋଗ ଦେଇ ଆଧୁନିକ ସମାଜରେ ଓଡ଼ିଆ ଭାଷା ର ଉପଯୋଗୀତା, କାର୍ଯ୍ୟକାରିତା ଓ ବାସ୍ତବତା ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ଭାଷା ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପ୍ରଥମ ବିଶ୍ବ ଓଡ଼ିଆଭାଷା ସମ୍ମିଳନୀ ଆୟୋଜିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଜଗନ୍ନାଥ ଦାସଙ୍କ ଦ୍ଵାରା ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଜନ ଜୀବନକୁ ପ୍ରଭାବିତ କରି କିପରି ସମାଜରେ ସଂସ୍କାର ଆଣିପାରିଛି ଏବଂ ନାରୀଶିକ୍ଷା ର ବିକାଶ ହୋଇପାରିଛି ସେ ସମ୍ପର୍କରେ ସମ୍ୟକ ବାର୍ତ୍ତା ରଖିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କଲେଜ ର ବିଭିନ୍ନ କର୍ମକର୍ତ୍ତା ତଥା କଲେଜ ର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.