ଜିଲ୍ଲା ଉପଭୋକ୍ତା ଆୟଗ ଖାରଜ କରିଲେ ବକେୟା ବିଦ୍ୟୁତ୍ ଦେୟ ଆଦାୟ ନୋଟିସ୍…

ଦୈନିକ ୧୦୦/- ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଲେ ବିଦ୍ୟୁତ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ
ବ୍ରହ୍ମପୁର : ଉପଭୋକ୍ତା ଙ୍କ ପରିସରରେ ଥିବା ମିଟର ରୁ ମାସିକ ରିଡିଂ ନନେଇ ବକେୟା ବିଦ୍ୟୁତ୍ ଦେୟ ୧୫ ଦିନରେ ପୈଠ କର ନଚେତ୍ ବିଦ୍ୟୁତ୍ ବିଚ୍ଛିନ୍ନ କରିଯିବା ନୋଟିସ୍ କୁ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟଗ ଖାରଜ କରିବା ସହ ଅସ୍ଥାୟୀ ବିଦ୍ୟୁତ୍ ବିଲ୍ ଦେବା, ସଠିକ୍ ସମୟରେ ଉପଭୋକ୍ତା ର ଅଭିଯୋଗକୁ ସମାଧାନ ନକରିବା ମାମଲାରେ ଶୁଣାଣି କରି ଦୈନିକ ୧୦୦/- ଟଙ୍କା କ୍ଷତିପୂରଣ ବାବଦରେ ଉପଭୋକ୍ତା ଙ୍କୁ ଦେବା ପାଇଁ ବ୍ରହ୍ମପୁର ବିଦ୍ୟୁତ୍ ବିଭାଗ-୧ର କାର୍ଯ୍ୟନୀର୍ବାହୀ ଯନ୍ତ୍ରୀ-୧ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟଗ ।
ପ୍ରକାଶ ଥାଉକି, ବ୍ରହ୍ମପୁର ସ୍ଥିତ ଏକ ଏପାର୍ଟମେଣ୍ଟକୁ ୬୫୧୭୧/- ଟଙ୍କା ବିଦ୍ୟୁତ୍ ବ୍ୟବହାର ର ବକେୟା ବାବଦରେ ପୈଠ କର ନଚେତ୍ ବିଦ୍ୟୁତ୍ ଯୋଗାଣ ବିଛିନ୍ନ କରାଯିବ ବୋଲି ବ୍ରହ୍ମପୁର ବିଦ୍ୟୁତ୍ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ମାର୍ଚ୍ଚ, ୨୦୧୭ ରେ ଚିଠି କରିଥିଲେ । ଏହାର ପ୍ରତିବାଦରେ ଏପାର୍ଟମେଣ୍ଟ ଉପଭୋକ୍ତା ବ୍ରହ୍ମପୁର ସ୍ଥିତ ଜିଲ୍ଲା ଉପଭୋକ୍ତା ଆୟଗ ଙ୍କ ଠାରେ ଉପଭୋକ୍ତା ମାମଲା ସଂଖ୍ୟା:୨୩/୨୦୧୭ ରେ ଦର୍ଶାଇ ଥିଲେ ଯେ, ୧୫.୧୨.୨୦୧୬ ରେ ଉପଭୋକ୍ତା ଏକ ଅଭିଯୋଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଙ୍କ ଠାରେ ଦାଖଲ କରିଥିଲେ ଯେ, ଜୁନ-୨୦୧୬ ଠାରୁ ଡିସେମ୍ବର-୨୦୧୬ ପର୍ଯ୍ୟନ୍ତ ଅସ୍ଥାୟୀ ବିଦ୍ୟୁତ୍ ବିଲ୍ ଆସୁଛି ଓ ପ୍ରକୃତ ବିଲ୍ ଦିଆଯାଉନାହିଁ । ପ୍ରତ୍ୟେକ ଅସ୍ଥାୟୀ ବିଦ୍ୟୁତ୍ ବିଲ୍ ରେ ଘର ବନ୍ଦ ଥିବା, ଓ ମାସିକ ବିଦ୍ୟୁତ୍ ଦେୟ ୫୭୨୧/- ଟଙ୍କା ଦର୍ଶାଯାଇଛି ଯାହା ଅସତ୍ୟ ଅଟେ । କାରଣ ଏପାର୍ଟମେଣ୍ଟ ର ବେସମେଣ୍ଟ ରେ ମିଟର ଲଗାଯାଇଛି ଯେଉଁଠି କୁ ଯିବା ପାଇଁ କୈାଣସି ବାଧା ବିଘ୍ନ ନାହିଁ । କିନ୍ତୁ ଉକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ-୧ ଅଭିଯୋଗ ଗ୍ରହଣ କରିବା ର ତିନି ମାସ ପରେ ୧୬.୦୩.୨୦୧୭ ରେ ମିଟର ଠିକ୍ ଥିବା ଦର୍ଶାଇ ବକେୟା ଦେୟ ୬୫୧୭୧/- ଟଙ୍କା ପୈଠ କର ନଚେତ୍ ବିଦ୍ୟୁତ୍ ବିଚ୍ଛିନ୍ନ କରାଯିବା ନୋଟିସ୍ ଜାରି କରିଥିଲେ । ଉପଭୋକ୍ତା ଆୟଗ ଙ୍କ ଠାରୁ ନୋଟିସ୍ ପାଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ନିଜର ଲିଖିତ ସଂସ୍କରଣରେ ଦର୍ଶାଇ ଥିଲେ ଯେ, ଜୁନ୍-୨୦୧୬ ଠାରୁ ଫେବୃଆରୀ-୨୦୧୭ ପର୍ଯ୍ୟନ୍ତ ମାସିକ ୭୮୨ ୟୁନିଟ ର ଅସ୍ଥାୟୀ ବିଦ୍ୟୁତ୍ ବିଲ୍ ଦିଆଯାଇଥିଲା ତାହା ସତ ନାହିଁ ଓ ମିଟର ଟି ଠିକ୍ ଥିଲା । ପ୍ରକୃତ ଘଟଣା ଟି ହେଉଛି ଟେକ୍ନିକାଲି ଏପାର୍ଟମେଣ୍ଟ ରେ ଲାଗିଥିବା ମିଟର ଟି ଏପ୍ରିଲ ୨୦୧୭ ରେ ୯ ଟି ରାଉଣ୍ଡ ସମ୍ପୂର୍ଣ୍ଣ କରିସାରିଛି । ତେଣୁ ବକେୟା ପୈଠ କରିବା ପାଇଁ ଯେଉଁ ଦାବି କରାଯାଇଛି ତାହା ଠିକ୍ ଅଛି ବୋଲି ଜବାବ ଦାଖଲ କରିଥିଲେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ।
ଉଭୟ ପକ୍ଷ ତରଫରୁ ଉପସ୍ଥାପିତ ପ୍ରମାଣ ଓ ଶୁଣାଣି ପରେ ଜିଲ୍ଲା ଉପଭୋକ୍ତା ଆୟୋଗର ଅଧ୍ୟକ୍ଷ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ସଦସ୍ୟ ଶ୍ରୀମତୀ ସରିତ୍ରୀ ପଟ୍ଟନାୟକ ଙ୍କ ଖଣ୍ଣପୀଠ ନିଷ୍କର୍ଷ ରେ ପହଞ୍ଚିଥିଲେ ଯେ, କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଦ୍ଵାରା ଦିଆଯାଇଥିବା ୧୬.୦୩.୨୦୧୭ ଚିଠି ଓ ଉପଭୋକ୍ତା ଆୟଗ ଙ୍କ ଠାରେ ଦାଖଲ ହୋଇଥିବା ଲିଖିତ ଜବାବ ମଧ୍ୟରେ କୈାଣସି ସମ୍ମନ୍ବୟ ନାହିଁ । ଉପଭୋକ୍ତା ଙ୍କ ଦ୍ଵାରା ଦାଖଲ ହୋଇଥିବା ଅଭିଯୋଗ କୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ (ଲାଇସେନ୍ସପ୍ରାପ୍ତ ବ୍ୟକ୍ତିଙ୍କ କାର୍ଯ୍ୟଦକ୍ଷତା) ରେଗୁଲେସନ, ୨୦୦୪ ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ ନକରିବା, ଏବଂ ଓଇଆରସି ଙ୍କ ବିତରଣ (ଯୋଗାଣର ଅବସ୍ଥା) କୋଡ଼, ୨୦୦୪ ଅନୁଯାୟୀ ମାସିକ ମିଟର ରିଡିଂ ନନେଇ ଅସ୍ଥାୟୀ ବିଲ୍ ଦେବା ଭଳି ସେବା ପ୍ରଦାନରେ ଅବହେଳା କରିଥିବା ପ୍ରମାଣିତ ହୋଇଥିଲା । ବିଦ୍ୟୁତ୍ ଆଇନ ଓ ଉପଭୋକ୍ତା ସୁରକ୍ଷା ଆଇନ ଅନୁଯାୟୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଙ୍କ ଦ୍ଵାରା ଦିଆଯାଇଥିବା ଉକ୍ତ ବକେୟା ଦେୟ ପୈଠ ଓ ବିଦ୍ୟୁତ୍ ବିଚ୍ଛିନ୍ନ ଚିଠି ୧୬.୦୩.୨୦୧୭ କୁ ଖାରଜ କରିବା ସହ ଉକ୍ତ ୬୫୧୭୧/- ଟଙ୍କା ଦେୟ ପୈଠ କରିବା ପାଇଁ ଉପଭୋକ୍ତା ଅଭିଯୋଗକାରୀ ଦେୟ ଦେବାକୁ ଦାୟୀ ନୁହଁନ୍ତି ବୋଲି ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟଗ ରାୟ ଦେଇଛନ୍ତି । ଏଥି ସହ ସେବାରେ ଅବହେଳା ପ୍ରଦର୍ଶନ ପାଇଁ ଦୈନିକ ଏକ ଶହ (୧୦୦/-) ଟଙ୍କା ୧୫.୧୨.୨୦୧୬ ଠାରୁ ୧୬.୦୩.୨୦୧୭ ପର୍ଯ୍ୟନ୍ତ କ୍ଷତିପୂରଣ ବାବଦରେ ଉପଭୋକ୍ତା ଙ୍କୁ ଦେବା ପାଇଁ ଜିଲ୍ଲା ଉପଭୋକ୍ତା ଆୟଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ-୧ ଙ୍କୁ ନିର୍ଦ୍ଦେଶ ରହିଥିବା ରାୟ ରେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.