ସମୁଦ୍ର ପତନଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷ…

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିରେ ଷ୍ଟ୍ରବେରୀ ଫଳୁଥିବା ଦେଖିବାକୁ ମିଳିଛି। ସମୁଦ୍ର ପତନ ଠାରୁ ପାଞ୍ଚହଜାର ଫୁଟ ଉଚ୍ଚତାରେ ବଣ୍ଡାଘାଟି ଅବସ୍ଥିତ ଥିବାରୁ ସର୍ବଦା ଏଠାରେ ଥଣ୍ଡା ତାପମାତ୍ରା ଅଧିକ ରହିଥାଏ ଫଳରେ ଏଠାରେ ଷ୍ଟ୍ରବେରୀ ଚାଷର କରିବା ପାଇଁ ଉପଯୁକ୍ତ ବାତାବରଣ ଦେଖିବାକୁ ମିଳିଛି। ଏହା ହିମାଚଳ ପ୍ରଦେଶରାଜ୍ୟର ମହାବଲିପୁରମ୍ ରୁ ୱଣ୍ଟରଡନ କିସମର ଷ୍ଟ୍ରବେରୀ ଚାରା ଅଣାଯାଇ ଓପିଲିପି ଏନେଜିଓ ମାଧ୍ୟମରେ ବଣ୍ଡାପଡ଼ା ଗାଁର ଦୁଇଜଣ ଚାଷୀ ଲଛିମ୍ ମୁଦୁଲି ଓ ମଙ୍ଗଳା ମୁଦୁଲିଙ୍କୁ ପ୍ରଥମ ପର୍ଯ୍ୟାୟରେ ଚାରା ପ୍ରଦାନ କରାଯାଇଥିଲା। ଏହା ସହିତ ଚାଷ ଉପୋଜଗି ନିମନ୍ତେ ଏକ କିଲୋମିଟର ଦୂରରୁ ପାଇପ୍ ଯୋଗେ ପାଣି ଆଣି ବୁନ୍ଦା ଜଳସେଚନ ସହ, ଜମି ମରାମତିର ବେବାସ୍ତା କରାଯାଇଥିଲା। ଏଥି ନିମନ୍ତେ ତିନିଲକ୍ଷ କୋଡ଼ିଏ ହଜାର ଟଙ୍କା ଓପିଲିପି ପକ୍ଷରୁ ସହଯୋଗ କରାଯାଇଛି। ଏହା ଗୋଟିଏ ଏକର ଜମିରୁ କୁଇଣ୍ଟାଲ୍ ପିଛାସାତ ହଜାର କେଜି ଅମଳ ହେବାର ଆକଳନ କରାଯାଇଛି। ଫଳରେ ଏହାର ଆନୁମାନିକ ବଜାର ମୂଲ୍ୟ କେଜି ୩ସହ ଟଙ୍କା ହିସାବରେ ୨୧ ଲକ୍ଷ୍ୟ ଟଙ୍କା ହେବାର ସମ୍ଭାବନା ରହିଛି। ବିଭିନ୍ନ ସରକାରୀ ସଂସ୍ଥାକୁ ବିକ୍ରୟ ପାଇଁ ଚୁକ୍ତି କରାଯାଇଛି । ବିଡିଏ ସଂସ୍ଥାର କୃଷି ଅଧିକାରୀ ଅମିତ୍ କୁମାର ପ୍ରଧାନ ଚାଷୀଙ୍କୁ ସହଯୋଗ କରୁଥିବା ବେଳେ ପ୍ରକଳ୍ପ ସଂଯୋଜକ ଅଜିତ କୁମାର ସାହୁ ଚାରା ଯୋଗାଇବା ଠାରୁ ଚାଷୀଙ୍କୁ ଉତ୍ସାହିତ ଓ ବଜାରି କାରଣ ନିମନ୍ତେ ସମ୍ପୂର୍ଣ ସହଯୋଗ କରିଥିଲେ। ଆଗାମୀ ଦିନରେ ସେହି ଅଞ୍ଚଳରେ କିପରି ଅଧିକରୁ ଅଧିକ ଚାଷୀ ଷ୍ଟ୍ରବେରୀ ଚାଷ କରି ଲାଭବାନ ହେବା ସହ ବଜାରିକାରଣ ପାଇଁ ରାସ୍ତା ଖୋଲିବ ବୋଲି ବିଡିଏ ସଂସ୍ଥା ଅଧିକାରୀ ସଲମନ ରାଇକା ମତ ଦେଇଛନ୍ତି।

nis-ad
Leave A Reply

Your email address will not be published.