ଦିନିକିଆ କନ୍ଧମାଳ ଗସ୍ତରେ ରାଜ୍ୟପାଳ…

ଫୁଲବାଣୀ : ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ବିଶି ପଡା ମେଡିକାଲ ଠାରେ ପହଁଞ୍ଚି ସେଠାରେ ଡ଼ାକ୍ତର , ମେଡିକାଲ କର୍ମଚାରୀ ଓ ଲୋକମାନଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ | ପରେ ଫିରିଙ୍ଗିଆ ବ୍ଲକ୍ ପରିସରରେ ଥ‌ିବା ମିସନ୍ ଶକ୍ତି କାଫେ ଯାଇ କା ଫେ ଚଳାଉଥ‌ିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା କରି ଖୁସି ବ୍ୟକ୍ତି କରିଥିଲେ । ଏଥିସହ ମ।ଶରୀପଡା ଅଙ୍ଗନବାଡି କେନ୍ଦ୍ର ଯାଇ ପୋଷଣ କାର୍ଯ୍ୟକ୍ରମ କିପରି ଚାଲିଛି ପଚାରିବା ସହ ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ |

ପରେ ସେଠାରୁ ରତଙ୍ଗ ସ୍ଥିତ ଭୋଲେସ୍ବର ବିଦ୍ୟା ପିଠ ଓ ଫିରିଙ୍ଗିଆ ହାଇସ୍କୁଲ ଯାଇ ପିଲାଙ୍କ ପାଠ ପଢା କିଭଳି ଭାବେ ହେଉଛି ପିଲାଙ୍କୁ ପଚାରିଥିଲେ ଏହାପରେ ବନ୍ଧଗଡ଼ ସ୍ଥିତ କସମ ଦ୍ବାରା ପରିଚାଳିତ ହଳଦୀ ପ୍ରୋସେସିଂ ପ୍ଲାଣ୍ଡ ଦେଖ‌ିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ l ଅପରାହ୍ଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦେଖ‌ିବା ସହ ହିତାଧୂକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ ରାଜ୍ୟପାଳଙ୍କ ଗସ୍ତ ସମୟରେ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥୂଲେ ।

nis-ad
Leave A Reply

Your email address will not be published.