ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ କଲେ ଉପ ବାଚସ୍ପତି…

ଦାରିଙ୍ଗବାଡ଼ି, ୨୩/୧ : ଉପ ବାଚସ୍ପତି ସାଲୁଗା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ଶ୍ରୀପଙ୍କା ରାସ୍ତା ନିକଟ ବଡ଼ିପଦର ଛକ ଠାରେ ଭିତିପ୍ରସ୍ତର ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପବାଚସ୍ପତି ସାଲୁଗା ପ୍ରଧାନ ଯୋଗ ଦେଇ ରାସ୍ତାର ଶିଳାନ୍ୟାସ ଏବଂ ଗୋଷ୍ଠୀ ଗୃହର ଉଦଘାଟନ କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଡ଼କ ଯୋଜନା ୧୨ କୋଟି ଅନୁଦାନ ରେ ରାଜନପାଙ୍ଗା ଠାରୁ ରାଧାକୃଷ୍ଣ ମନ୍ଦିର ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏଥି ସହିତ ବିଧାୟକ ପାଣ୍ଠିରୁ ଅନୁଦାନ ଦିଆଯାଇଥିବା ଶ୍ରୀପଙ୍କା ଗୋଷ୍ଠୀ ଗୃହ ଉଦଘାଟନ କରିଥିଲେ। ଏଥିରେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ବିଡ଼ିଓ ଗଦାଧର ପାତ୍ର, ସହକାରୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରା , ବିଧାୟକ ପ୍ରତିନିଧି ଦିପକ ସାହୁ, ଲ୍ୟାମ୍ପସେସ ଉପ ସଭାପତି ଧର୍ମେନ୍ଦ୍ର ପ୍ରଧାନ, ସିମନ୍ ବାଡ଼ି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ସନ୍ତୋଷ ବିଶୋଇ, ପ୍ରଫୁଲ ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ସନାତନ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ମନୋଜ ପ୍ରଧାନ, ସୁନୀଲ ପ୍ରଧାନ, ପ୍ରଭାତ ପ୍ରଧାନ, କାଳିଦାସ ପ୍ରଧାନ, ଆୟୁବ ପ୍ରଧାନ, ଇଶାକ ପ୍ରଧାନ ଏବଂ ଅଞ୍ଚଳବାସୀ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.