ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିବସ ପାଳନ ସହ ପ୍ରତିମୂର୍ତ୍ତି ପ୍ରତିଷ୍ଠା…

ଉମରକୋଟ : ମହାନ ଦେଶ ପ୍ରେମିକ ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନ ଭାରତ ବର୍ଷ ଗରିବାରେ ମହାନାୟକ, ସ୍ୱାଧୀନତା ଆନ୍ଦୋଳନ ତାଙ୍କର ଅକୃତିମ ଆନ୍ଦୋଳନ | ସୂଚନା ପ୍ରକାରେ ଆଜି ନିଖିଳ ଭାରତ ବାଙ୍ଗାଳି ସମନ୍ୱୟ ସମିତି ତରଫରୁ ଉମରକୋଟ, ରାଇଘର ଅଞ୍ଚଳର ସମସ୍ତ ଜ୍ଞାନୀଗୁଣି ବୁଦ୍ଧିଜୀବୀ, ସମାଜ ସେବି ମାନଙ୍କୁ ଆବାହନ କରି, ସେମାନଙ୍କ ଉପସ୍ଥିତିରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜନ୍ମ ଜୟନ୍ତୀ ମହା ଆରମ୍ବର ସହ ପାଳନ କରିବା ସହ ମୂର୍ତ୍ତୀ ସ୍ଥାପନ କରାଯାଇଅଛି |

ଉମରକୋଟରୁ ମୁଖ୍ୟ ଅତିଥି ଭାବରେ ଉମରକୋଟ ବିଧାୟକ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ଶ୍ରୀ ଜୟଦେବ କୁମାର ପରିଡା, ଶ୍ରୀ ଝାରେଶ୍ୱର ମହାନ୍ତି,ଯୋଗଦାନ କରି ସୁଭାଷ ଚନ୍ଦ୍ରଙ୍କ ଜୀବନ ଆଦର୍ଶ ଉପରେ ସୁନ୍ଦର ଭାବରେ ଆଲୋକ ପାତ କରିଥିଲେ, ନିଖିଳ ଭାରତ ବାଙ୍ଗାଳି ସମନ୍ୱୟ ସମିତିର ସଭାପତି ଶ୍ରୀ ତପନ ଦେବନାଥ, ଏବଂ ଉପଦେଷ୍ଟା ଶ୍ରୀ ତପନ ପାଳ ଯୋଗଦାନ କରି ସୁନ୍ଦର ଭାବରେ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସହଯୋଗ କରି ଥିଲେ, ବରିଷ୍ଠ ଆଇନଜୀବୀ ଶ୍ରୀ କମଳ ଗାଇନ, ଏବଂ ଶ୍ରୀ କୃଷ୍ଣ ପ୍ରସାଦ ପଟନାୟକ ସୁନ୍ଦର ଭାବରେ କାର୍ଯକ୍ରମଟି ପରିଚାଳନା କରିଥିଲେ,ସେସରେ ବିଭିନ୍ନ କୃତି କାର୍ଯ୍ୟରେ ସଫଳ ହୋଇଥିବା ଶିଶୁ ମାନଙ୍କୁ ଉପହାର ସହ ମାନପତ୍ର ଦେଇ ସମ୍ମାନିତ କରାଯାଇ ଥିଲା, ସେସରେ ସମସ୍ତଙ୍କ ପାଇଁ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା କରାଯିବ ସହ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟ ସମାପନ କରାଗଲା, ଉପସ୍ଥିତ ସମସ୍ତ ବୁଦ୍ଧିଯିବି ଏବଂ ସାଧାରଣ ଜନତା ଆଜିର ଦିନଟି ପରାକ୍ରମ ଦିବସ ବୋଲି ପାଳନ କରିବା ପାଇଁ ନିଷ୍ପତି ନେଇଛନ୍ତି |

nis-ad
Leave A Reply

Your email address will not be published.