ବଦଳିଲେ ମାଲକାନଗିରି ଜିଲ୍ଲାପାଳ…

ମାଲକାନଗିରି, ୨୨।୧ ରାଜ୍ୟରେ ଆଇଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂଙ୍କ ମଧ୍ୟ ଅନ୍ୟତ୍ର ବଦଳି ହୋଇଛି । ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ପାୱାର ସଚିନ ପ୍ରକାଶଙ୍କୁ ବଦଳି କରାଯାଇଥିବା ଜଣା ପଡିଛି । ତେବେ ପୂର୍ବରୁ ଶ୍ରୀ ପ୍ରକାଶ କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରି ତଥା କାର୍ଯ୍ୟ ନିର୍ବାହୀ ଅଧିକାରି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ମାଲକାନଗିରି ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ସେହିପରି ମାଲକାନଗିରି ଜିଲ୍ଲାପାଳ ଭାବେ ଥିବା ଶ୍ରୀ ସିଂଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.