ତାମ୍ପରା ଠାରେ ରେଡ୍ଡୀ ମହାଜନ ସଂଘମ୍ର ବୈଠକ…

ଛତ୍ରପୁର : ଗଞ୍ଜାମ ଜିଲ୍ଲା ରେଡ୍ଡୀ ମହାଜନ ସଂଘମ୍ ଆନୁକୁଲ୍ୟରେ ଛତ୍ରପୁର ଜୋନ୍ ସଭାପତି ଏସ୍‌. ବୈରାଗୀ ରେଡ୍ଡୀଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ରେଡ୍ଡୀ ସଂଘମ୍ ର ବୈଠକ ରବିବାର ତାମ୍ପରା ହ୍ରଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ରେଡ୍ଡି ସଂଘମ୍ ର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ରହି ରେଡ୍ଡୀ ସଂଘମ୍ ର ପ୍ରାୟ ୧୨ ଲକ୍ଷ ସଭ୍ୟ ମାନଙ୍କର କିପରି ଶିକ୍ଷା, ସ୍ୱାସ୍ଥ୍ୟ ବିଭିନ୍ନ ଦିଗରେ ବିକାଶ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟତଃ ରେଡ୍ଡୀ ଜାତି ଅନ୍ୟ ରାଜ୍ୟରେ ଓବିସି ରେ ପରିଗଣିତ ହେଉଥିଲେ ସୁଦ୍ଧା ଓଡିଶାରେ ଏ ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ । ଏନେଇ ଏକ କମିଟି ଭୁବନେଶ୍ୱର ଯାଇ ତୁରନ୍ତ କାର୍ଯ୍ୟକାରୀ କରିବା ନେଇ ଆଲୋଚନା କରାଯିବ । ରାଜ୍ୟରେ ପ୍ରାୟ ୧୨ ଲକ୍ଷ ରେଡ୍ଡୀ ଜାତିର ଲୋକେ ଥିଲେ ସୁଦ୍ଧା କୌଣସି ଜନ ପ୍ରତିନିଧି, ବିଧାୟକ, ସାଂସଦ ନିମନ୍ତେ କୌଣସି ଦଳ ତରଫରୁ ସୁଯୋଗ ଦିଆଯାଇନାହିଁ । ଆଗାମୀ ନିର୍ବାଚନରେ ରେଡ୍ଡୀ ସଂଘମ୍ କୁ ଗୁରୁତ୍ୱ ଦିଆ ନ ଯାଏ ତେବେ ରେଡ୍ଡୀ ସଂଘମ୍ ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହେବ ବୋଲି ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଚାରି ଜିଲ୍ଲା ସଭାପତି ସି. ଏଚ୍‌. ଦିଲେଶ୍ୱର ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି କେ. ଦୁର୍ଯ୍ୟେଧନ ରେଡ୍ଡୀ, ସମ୍ପାଦକ ଆସିକା ଜୋନ୍ ସଭାପତି ଆର୍‌. ଭାଗିରଥି ରେଡ୍ଡୀ, ଦିଗପହଣ୍ଡି ଜୋନ୍ ସଭାପତି ଏନ୍‌. ନିରଞ୍ଜନ ରେଡ୍ଡୀ, ବ୍ରହ୍ମପୁର ଡେପୁଟି ମେୟର ଏମ. ବିବେକ ରେଡ୍ଡୀ, କର୍ପୋରେଟର ଆପ୍ପା ରାଓ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌. ଚକ୍ରପାଣୀ ରେଡ୍ଡୀ, ଏସ୍‌. କ୍ରିଷ୍ଣା ରେଡ୍ଡୀ, ଆରମ୍ଭମ ରେଡ୍ଡୀ, ଟି. କ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.