ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠା ଉତ୍ସବ ମହାସମାରୋହ ରେ ପାଳିତ

ଛତ୍ରପୁର : ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ପ୍ରତିଷ୍ଠାତ୍ସୋବ ମହା ସମାରୋହରେ ପାଳିତ ହୋଇଯାଇଛି । ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିଜୋନାଲ୍ ମ୍ୟାନେଜର(ବ୍ରହ୍ମପୁର )ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ବିଇଓ ସୀତାରାମ ପାତ୍ର, ସମାଜ ସେବୀ ପ୍ରଫୁଲ୍ଲ ପଟ୍ଟନାୟକ, ପୂର୍ବତନ ବିଧାୟକ ଆଶୋକ ଚୌଧୁରୀ, ଶିବକୁମାର ପଟ୍ଟନାୟକ ରିଡ଼ିଙ୍ଗରୁମ୍‌ର ମୁଖ୍ୟ ଉଦ୍ୟୋକ୍ତା ଇଞ୍ଜିନିୟର ଆର୍.ସି. ପଟ୍ଟନାୟକ, ଶିକ୍ଷାବିତ୍ ସୁଜାତା ପଟ୍ଟନାୟକ, ଏ. ରାବଣା ରାଓ, ପ୍ରଭାକର ରାଓ, ସେସୁ ରେଡ୍ଡୀ ଓ ଏସ. କେ. ରଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ 2022-23 ବ୍ୟାଚ ର ମ୍ୟାଟ୍ରିକ ଟପର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ୫ ହଜାର ୫ଶହ ଟଙ୍କା ଲେଖାଏଁ ପୁରସ୍କୃତ ରାଶି ପ୍ରଦାନ କରାଯାଇଥିଲା, ଏହା ସହିତ ଛତ୍ରପୁର ର ଜଣେ ପ୍ରତିଭାମାନ ଯୁବକ କେ. ଭି. ଏସ ରାଙ୍ଗା ଏବଂ ସମାଜସେବୀ ଏ. ରାବଣା ରାଓ ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା, ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୁନି କୁନି କଳାକାର ମାନେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ । ପ୍ରାରମ୍ଭରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ରିଡିଙ୍ଗ ରୁମ ର କାଳିଆ ବେହେରା, ଡ୍ରିମ ଡ୍ୟାନ୍ସ ଏକାଡେମୀ ର ପୂର୍ଣ୍ଣଞ୍ଜୟ ଜେନା, ଟେଣ୍ଟ ହାଉସ ମାଲିକ ରାଜ କୁମାର, ଆଷ୍ଟ୍ରୋଲୋଜି ଦୀପକ କୁମାର ଦାଶ ପ୍ରମୁଖ
ସହଯୋଗ କରିଥିଲେ

nis-ad
Leave A Reply

Your email address will not be published.