ଜମାକାରୀକୁ ପରିପକ୍ବ ଜମାରାଶି ସହ ସୁଧ ଓ ମାମଲା ଖର୍ଚ୍ଚ ଦେବା ପାଇଁ ସାହାରା କୋଅପରେଟିଭ ସୋସାଇଟିକୁ ନିର୍ଦ୍ଦେଶ…

ବ୍ରହ୍ମପୁର : ସାହାରା ଜମାକାରୀଙ୍କୁ ବାର୍ଷିକ ୯% ପ୍ରତିଶତ ସୁଧ ସହ ପରିପକ୍ବ ଜମାରାଶି ୪୭୦୧୬୦/- ଟଙ୍କା ସହ ମାମଲା ପରିଚାଳନା ଖର୍ଚ୍ଚ ବାବଦରେ ୨୦୦୦୦/- ଟଙ୍କା ଦେବା ପାଇଁ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗ ରାୟରେ ପ୍ରକାଶ କରିଛନ୍ତି । ଉକ୍ତ ଜମାରାଶିକୁ ଜମାକାରୀଙ୍କୁ ଦେବା ପାଇଁ ସାହାରା କୋ-ଅପରେଟିଭ ସୋସାଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଥାଉ କି, ବ୍ରହ୍ମପୁର ବାସିନ୍ଦା ଶ୍ରୀ ବି.କେ.ପାଢୀ ୨୦୧୧ ମସିହାରେ ସାହାରା କୋଅପରେଟିଭ ସୋସାଇଟିର ଚାରୋଟି ସ୍କିମ୍ ରେ ପ୍ରାୟ ୧,୮୦,୦୦୦/- ଟଙ୍କା ପୈଠ କରିଥିଲେ ଯାହା ୨୦୧୯ ମସିହାରେ ପରିପକ୍ବ ଲାଭ କରି ସର୍ବମୋଟ ୪୭୦୧୬୦/-ଟଙ୍କା ହୋଇଥିଲା । କିନ୍ତୁ ସାହାରା କୋଅପରେଟିଭ ସୋସାଇଟି ବିଭିନ୍ନ ଆଳ ଦେଖାଇ ଉକ୍ତ ପରିପକ୍ବ ଜମାରାଶି କୁ ଶ୍ରୀ ପାଢ଼ୀ ଙ୍କୁ ଦେଇନଥିଲା । ବାଧ୍ୟ ହୋଇ ଶ୍ରୀ ବି.କେ.ପାଢୀ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗଙ୍କ ଠାରେ ଏକ ଉପଭୋକ୍ତା ଅଭିଯୋଗ ସଂଖ୍ୟା:୯/୨୦୨୨ ଦାଖଲ କରିଥିଲେ ।

ଉପଭୋକ୍ତା ଆୟୋଗ ଙ୍କ ଠାରୁ ନୋଟିସ ପାଇ ମଧ୍ୟ ସାହାରା କୋଅପରେଟିଭ ସୋସାଇଟି ଏହି ମାମଲାରେ ନିଜ ପ୍ରତିବାଦ ଉପସ୍ଥାପନା କରିନଥିଲା । ଅର୍ଥାତ୍ ସାହାରା ଜମାକାରୀଙ୍କ ଅଭିଯୋଗକୁ ସ୍ବୀକାର କରିଥିବା ଦର୍ଶାଉଛି । ଜମାକାରୀ-ଉପଭୋକ୍ତା ଶ୍ରୀ ପାଢ଼ୀଙ୍କ ଠାରୁ ଅଭିଯୋଗ ବିଷୟ ରେ ଶୁଣାଣି ଓ ଉପସ୍ଥାପିତ ପ୍ରମାଣ ଆଧାରରେ ୦୪.୦୧.୨୦୨୪ ରେ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ଆୟୋଗର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ସଦସ୍ୟା ଶ୍ରୀମତୀ ସରିତ୍ରୀ ପଟନାୟକ ଜମାକାରୀ ଶ୍ରୀ ବି.କେ.ପାଢୀ ଙ୍କୁ ପରିପକ୍ବ ଜମାରାଶି ସହ ମାମଲା ପରିଚାଳନା ଖର୍ଚ୍ଚ ରାୟ ପାଇବାର ୪୫ ଦିନ ମଧ୍ୟରେ ଦେବା ପାଇଁ ସାହାରା କୋଅପରେଟିଭ ସୋସାଇଟି କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟଥା, ଜମାକାରୀ ଶ୍ରୀ ପାଢ଼ୀ ସମସ୍ତ ଦେୟ ଉପରେ ବାର୍ଷିକ ୧୨% ପ୍ରତିଶତ ସୁଧ ସହ ମାମଲା ଦାଖଲ ହେବା ତାରିଖ ୨୫.୦୧.୨୦୨୨ ଠାରୁ ପ୍ରକୃତ ଫେରସ୍ତ ତାରିଖ ପର୍ଯ୍ୟନ୍ତ ଆଦାୟ କରିବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁଁ ଉକ୍ତ ରାୟରେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.