ଶ୍ରୀ ଜଗନ୍ନାଥ ପରିକ୍ରମା ଉଦଘାଟନ ଅବସରରେ ‘ଭିନ୍ନ ଏକ ଦେବଦାସୀ’ ନାଟକ ପରିବେଷିତ…

ଫୁଲବାଣୀ : ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ତଥା ଓଡିଶା ସଙ୍ଗୀତ ଓ ନାଟକ ଏକାଡେମୀ ଓ ଜିଲା ପ୍ରଶାସନ ସହାୟତାରେ କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ନାଟ୍ୟ ସଂସ୍ଥା “ବନାନୀ କଳା ସଙ୍ଗମ” ତରଫରୁ ରୁ ଶ୍ରି ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସର ରେ ଆଧ୍ୟାତ୍ମିକ ନାଟକ “ଭିନ୍ନ ଏକ ଦେବଦାସୀ” ନାଟ କ ପରିବେଷଣ କରାଯାଇ ଥିଲା l ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଫୁଲବାଣୀ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି ପ୍ରମୂଖ ଯୋଗ ଦେଇ ନାଟକ ଟି ଭିନ୍ନ୍ ସ୍ଵାଦର ଆଉ ଦର୍ଶକ ମାନେ ନିଶ୍ଚିତ ପସନ୍ଦ କରିବେ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାଟକର ଲେଖକ ଲିଙ୍ଗରାଜ ନାହାକ, ବନାନୀ ର ସଭାପତି ଡ. ଅରୂପ ଜେନା, ସାଧାରଣ ସମ୍ପାଦକ ତଥା ମୁଖ୍ୟ ବ୍ୟବସ୍ଥାପକ ସୁନୀଲ ପଟନାୟକ, ପରିଚାଳକ ଅଶୋକ ପରିଡା, ସହ ପରିଚାଳକ ଜୟ ସେନ୍ ପରିଡା, ସହସମ୍ପାଦକ କ୍ଷିତିଶ ମଲ୍ଲିକ ପ୍ରମୂଖ ଉପସ୍ଥିତ ଥିଲେ l ସଂଗଠନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଫୁଲ ତୋଡ଼ା ଓ ଉପଢୌକନ ପ୍ରଦାନ କରି ସମ୍ଵର୍ଦ୍ଧିତ କରାଯାଇଥିଲା l
ଶ୍ରୀ ଜଗନ୍ନାଥ ସଂସ୍କୃତି ଓ କଥାବସ୍ତୁ ସମ୍ବଳିତ ଏହି ନାଟକ ଟି ‘ବନାନୀ’ ର ବିଂଶତମ ଅବଦାନ l ଏହି ନାଟକ ଟି କୁ ସହର ବାସୀ, ନାଟ୍ଯ ପ୍ରେମୀ, ବନ୍ଧୁବର୍ଗ ଙ୍କ ସହ ଉପଭୋଗ କରି ଥିଲେ l ନାଟକରେ ଯୁଧିଷ୍ଠିର ମହାନ୍ତି, ସୁର ପ୍ରସାଦ ନାୟକ, ସୁକାନ୍ତ ବେହେରା, ବିନୋଦ ସାହୁ, ବିଭୂତି ଭୂଷଣ ପଣ୍ଡା, ପ୍ରମୋଦ କୁମାର ଦଣ୍ଡସେନା, ଶ୍ରୀକାନ୍ତ ସାହାଣୀ, ମଞ୍ଜୁ ଲତା ନାୟକ, ଚନ୍ଦନ ନାୟକ ଓ ପ୍ରଫୁଲ୍ଲ ବେହେରା ପ୍ରମୂଖ ନିଖୁଣ ଅଭିନୟ କରିଥିଲେ lନିର୍ଦେଶନା ଦେଇ ଥିଲେ ପ୍ରଭାତ କୁମାର ଦାସ ଓ ବରିଷ୍ଠ ଆଇନଜିବି ବିଜୟ ପଟନାୟକ l ସେହିପରି ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ବିନୋଦ କୁମାର ସାହୁ l ଦେଢ ଘଣ୍ଟାର ଏହି ନାଟକଟି ବେଶ୍ ମନ ଛୁଆଁ ହୋଇଥିଲା ଆଉ ଦର୍ଶକ ମାନେ ଶାନ୍ତି ଶୃଙ୍ଖଳାର ସହ ନାଟକଟି କୁ ଉପଭୋଗ କରିଥିଲେ l

nis-ad
Leave A Reply

Your email address will not be published.