ନେହୁରୁ ଯୁବକେନ୍ଦ୍ର ପକ୍ଷରୁ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ସନେତନତା ଅଭିଯାନ

ମାଲକାନଗିରି,୧୭।୧ : ମାଲକାନଗିରି ଜିଲ୍ଲା ସହର ମହକୁମାର ବିଭିନ୍ନ ଛକରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆଜି ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଓ ଯାତ୍ରୀଙ୍କ ନିମନ୍ତ୍ରଣ ସ୍ବେଚ୍ଛାକୃତ ସମର୍ଥନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଆଜି ସଡକ ସୁରକ୍ଷ। ସମ୍ପର୍କରେ ସଚେତନ କରାଯାଇଛି । ଏଥିରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲଙ୍କ ସମେତ ଶତାଧିକ ସ୍ବେଚ୍ଛାସେବୀ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯାତ୍ରୀଙ୍କୁ ସଚେତନ କରିଥିଲେ । ଯାତ୍ରୀଙ୍କୁ ଗାଡ଼ି ଚଲାଇବା ବେଳେ ହେଲମେଟ ପିନ୍ଧିବା, ଗାଡ଼ି ଧୀରେ ଚଲାଇବା, ନିଶାଶକ୍ତ ହୋଇ ଗାଡ଼ି ନ ଚଲାଇବା, ସିଟ ବେଲ୍ଟ ବାନ୍ଧିବା ସମେତ ସମସ୍ତ ସଡକ ସୁରକ୍ଷା ନିୟମ ଉପରେ ସଚେତନ କରିଥିଲେ । ଏ ଅବସରରେ ଯେଉଁ ଚାଳକ ହେଲମେଟ ପିନ୍ଧିଥିବା ଚାଳକକୁ ଫୁଲ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ଯିଏ ହେଲମେଟ ପିନ୍ଧି ନ ଥିଲେ ସେମାନଙ୍କୁ ପ୍ରଚାର ପତ୍ର ଦେଇ ସଚେତନ କରିଥିଲେ ।

nis-ad
Leave A Reply

Your email address will not be published.